ଜାନୁଆରୀ ୬ରୁ ପକ୍ଷୀ ଗଣନା

ଭୁବନେଶ୍ବର : ଆସନ୍ତା ଜାନୁଆରୀ ୬ ତାରିଖରୁ ହେବ ପକ୍ଷୀ ଗଣନା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଚିଲିକା, ନଳବଣ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ । ପର୍ଯ୍ୟଟନ ବିଭାଗର ବି ସହଯୋଗ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।ପକ୍ଷୀ ଗଣନା ସମୟରେ ଚିଲିକା ମଧ୍ୟକୁ ପର୍ଯ୍ୟଟକ ବାରଣ ଏବଂ ପକ୍ଷୀ ରହୁଥିବା ସ୍ଥାନଗୁଡ଼ିକରେ ମାଛଧରା ଡଙ୍ଗା ଚଳାଚଳ ଉପରେ ରୋକ୍ ଲଗାଇ ପାରନ୍ତି ବନ୍ୟପ୍ରାଣୀ ବିଭାଗ । ବାଇନକୁଲାର, ବନ୍ୟପ୍ରାଣୀ ବିଭାଗର ବାର୍ଡ୍ସ ବୁକ୍ ଏବଂ ଅନ୍ୟାନ୍ୟ ଟେକ୍ନିକାଲ୍ ଯନ୍ତ୍ରାଂଶରେ ପକ୍ଷୀଙ୍କ ସଂଖ୍ୟା ଗଣନା ହେବ । ଚଳିତ ବର୍ଷ ସମଗ୍ର ଚିଲିକାକୁ କେତେ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି, ତାହା ଜଣାପଡ଼ିବ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ବଢ଼ିଛି ନା’ କମିଛି ତାହାର ଟିକିନିଖି ହିସାବ କରିବ ଚିଲିକା ବନ୍ୟପ୍ରାଣୀ ବିଭାଗ ।

Related Articles

Leave a Reply

Your email address will not be published. Required fields are marked *

Back to top button