ପ୍ରକାଶିତ ହେଲା ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୂଆ ପୁସ୍ତକ, ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ସ୍କୁଲରେ ଲାଗୁ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ୫ମ ଏବଂ ୮ମ ଶ୍ରେଣୀ ପାଇଁ ନୂତନ ଭାବରେ ବିକଶିତ ୧୭ଟି ପାଠ୍ୟପୁସ୍ତକର ସମୀକ୍ଷା ଏବଂ ଅନୁମୋଦନ କରାଯାଇଛି। ଦେଶରେ ପ୍ରଥମ ଥର ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ ଅଧୀନରେ ଓଡ଼ିଶା ୫୫ଟି ନୂତନ ଏନସିଇଆରଟି ପାଠ୍ୟପୁସ୍ତକକୁ ଅନୁବାଦ ଏବଂ ସନ୍ଦର୍ଭୀକରଣ କରିଛି। ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶା ତିନୋଟି ନୂତନ ବିଷୟ ଯଥା କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସୁସ୍ଥତା ଏବଂ ବୃତ୍ତିଗତ ଶିକ୍ଷାରେ ପାଠ୍ୟପୁସ୍ତକ ପ୍ରଚଳନ କରିଛି। ଏହା ରାଜ୍ୟର ଆବଶ୍ୟକତା, ସଂସ୍କୃତି ଓ ଐତିହ୍ୟକୁ ପ୍ରତିଫଳିତ କରିବ। ସମସ୍ତ ନୂତନ ପାଠ୍ୟପୁସ୍ତକ ୨୦୨୬-୨୭ ଶିକ୍ଷାବର୍ଷରୁ ସମସ୍ତ ବିଦ୍ୟାଳୟରେ ଲାଗୁ କରାଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button