ବାରବାଟୀଟି ଟ୍ବେଣ୍ଟି ପାଇଁ ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଡିସିପିଙ୍କ ସମୀକ୍ଷା

ଭୁବନେଶ୍ୱର: ବାରବାଟୀ ଟି ଟ୍ବେଣ୍ଟି ପାଇଁ ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଡିସିପି ସମୀକ୍ଷା କରି କହିଛନ୍ତି lସେ କହିଛନ୍ତି କାଉଣ୍ଟର ଟିକେଟ୍ ବିକ୍ରି ପାଇଁ ଲୁହା ବାରିକେଡ୍ କରାଯିବ। ୧୧ ହଜାର ଟିକେଟ୍‌ ବିକ୍ରି କରାଯିବାକୁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ୫ ତାରିଖ ଦିନ ୧୦ଟାରୁ କାଉଣ୍ଟର୍‌ରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ ବିକ୍ରି କରାଯିବ । କ୍ରିକେଟ୍ ଏକାଡେମୀ ପଟୁ ପ୍ରବେଶ ପଥ ରହିବ। ଏବଂ ପ୍ରସ୍ଥାନ ଗେଟ୍ ସମ୍ପୂର୍ଣ୍ଣ ଅଲଗା ରହିବ।୫ ତାରିଖ ସକାଳ ୯ଟାରୁ ଟିକେଟ୍ ବିକ୍ରି କରାଯିବ। ତେଣୁ ସକାଳ ୬ଟାରୁ ଧାଡିରେ ରହିବାକୁ ଅନୁମତି ରହିଛି। ଟିକେଟ୍ କିଣିବା ପାଇଁ କେହି ପୂର୍ବ ରାତିରୁ ଧାଡିରେ ରହିପାରିବେନି। କଳା ବଜାରୀ ଉପରେ ସ୍ଵତନ୍ତ୍ର ଭାବେ ନଜର ରଖାଯିବ । ପୁଲିସ ବାହିନୀ ସାଦା ପୋଷାକରେ ରହିବେ। ସିସି ଟିଭି ସର୍ଭେଲାନ୍ସରେ ଟିକେଟ୍ ବିକ୍ରି ପ୍ରକ୍ରିୟା ରହିବ।ତେବେ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ୱିନ ସିଟି କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର କମିଶନରେଟ ପୋଲିସ ଅଧୀନତ୍ଵରେ ବିଭିନ୍ନ ବିଭାଗକୁ ନେଇ ପୋଲିସ ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଖେଳାଳିଙ୍କ ସୁରକ୍ଷା, ରହଣି ଏବଂ ମ୍ୟାଚ୍‌ ସମୟରେ କୌଣସି ପ୍ରକାରର ବିଶୃଙ୍ଖଳା ନ ଘଟେ, ସେଥିପ୍ରତି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। କ୍ରୀଡ଼ା ବିଭାଗ, ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସମେତ ବିମାନବନ୍ଦର କର୍ତ୍ତୃପକ୍ଷ, କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ, ମୁଖ୍ୟ ଇଞ୍ଜିନିୟର, ମେ’ ଫେୟାର ହୋଟେଲ କର୍ତ୍ତୃପକ୍ଷ, ସିଆଇଏସ୍‌ଏଫ୍‌ ଓ ଓଡ଼ିଶା କ୍ରିକେଟ ଆସୋସିଏଶନ କର୍ମକର୍ତ୍ତା ମନ ଏହି ବୈଠକରେ ସାମିଲ ହୋଇଥିଲେ । ଖେଳାଳିମାନେ ୮ତାରିଖ ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଖେଳାଳିମାନେ ଏୟାରପୋର୍ଟ ଛକ, ଏଜି ଛକ ପରେ ଲୋକ ଭବନ ଦେଇ ସିଧା ମେ’ ଫେୟାର ହୋଟେଲରେ ପହଞ୍ଚିବାର ରହିଛି । ପରେ ସନ୍ଧ୍ୟାରେ ବାରବାଟୀ ଯାଇ ଖେଳ ଅଭ୍ୟାସ କରି ପୁଣି ରାତିରେ ଫେରି ମେ ଫେୟାର ହୋଟେଲରେ ରହିବେ। ୯ ତାରିଖ ପୂର୍ବାହ୍ନ ୧୦ଟା ସମୟରେ ଖେଳାଳିମାନେ ପୁଣି କଟକ ଅଭିମୁଖେ ବାହାରିବେ। ଖେଳାଳି ମାନଙ୍କ ସମ୍ପୂର୍ଣ୍ଣ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦର, ମେ ଫେୟାର ହୋଟେଲ, ଫ୍ୟାନ୍‌ ଜୋନ ଏବଂ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହେବେ। ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ, କଲମ ଏବଂ ଅନ୍ୟାନ୍ୟ ସାମଗ୍ରୀ ନେବାକୁ ବାରଣ କରାଯାଇଛି। ଖେଳାଳିଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ଦାୟିତ୍ୱ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ତଦାରଖ କରୁଛନ୍ତି। ଏହି ବୈଠକରେ ପୋଲିସ କମିଶନର ଦେବଦତ୍ତ ସିଂ, ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା, ଟ୍ରାଫିକ ଡିସିପି ତପନ କୁମାର ମହାନ୍ତି, ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ, ସିଆଇଏସ୍‌ଏଫ୍‌ର କମାଣ୍ଡାଣ୍ଟ ରାକେଶ ଚୌଧୁରୀ ଏବଂ ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସଚିବ ଅଭିଜିତ ପଲ୍‌ ଇତ୍ୟାଦି ବୈଠକରେ ଉପସ୍ଥିତ ରହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button