୭୭ ଡିଲରଙ୍କ ଲାଇସେନ୍ସ ବାତିଲ

ଭୁବନେଶ୍ୱର: ସାର କଳାବଜାର ଓ ବେଆଇନ ବିକ୍ରି ରୋକିବାକୁ କଡା ଆକ୍ସନ । ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଦ୍ୱାରା ୭୦୦୧ ସାର ବିକ୍ରୟ କେନ୍ଦ୍ରରେ ଚଢାଉ କରାଯାଇଛି । ୨୦୧୧ ନିୟମ ଉଲ୍ଲଙ୍ଘନକାରୀ ବିକ୍ରେତାଙ୍କୁ ହୋଇଛି କାରଣ ଦର୍ଶାଅ ନୋଟିସ୍ । ୩୫ ଦୋକାନରେ ବିକ୍ରି ବନ୍ଦ ସହ ୧୨ଟି ବିକ୍ରି ସାମଗ୍ରୀ ଜବତ କରାଯାଇଛି । ୫ ବିକ୍ରେତାଙ୍କ ନାଁରେ ଅପରାଧିକ ମାମଲା ରହିଛି ଏବଂ ୭୭ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି । ଏନେଇ ଅରବିନ୍ଦ ମହାପାତ୍ରଙ୍କ ପ୍ରଶ୍ନରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଉତ୍ତର ରଖିଛନ୍ତି । ସ୍ୱାଭାବିକ ଚାଲିଛି ବିଧାନସଭା ପ୍ରଶ୍ନକାଳ । ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ବିଧାୟକ, ବିଧାୟିକାଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ବିଭିନ୍ନ ବିଭାଗର ମନ୍ତ୍ରୀ ।



