ବଙ୍ଗୋପସାଗରରେ ୪.୨ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆଜି ସକାଳ ୭:୨୬ରେ ବଙ୍ଗୋପସାଗରରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୨ ରେକର୍ଡ କରାଯାଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ଅନୁଯାୟୀ, ଆଜି ସକାଳ ୭:୨୬ରେ ଭୂମିକମ୍ପ ହୋଇଥିଲା । ବାତ୍ୟା ଡିଟୱାର ଭୟ ଲୋକଙ୍କ ମଧ୍ୟରେ ଥିବାବେଳେ, ଏହି ଭୂମିକମ୍ପ ଝଟକା ଲୋକଙ୍କୁ ଅଧିକ ଭ୍ୟଭୀତ କରିଦେଇଛି । ତେବେ ଏହି ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ରିପୋର୍ଟ ମିଳିନାହିଁ । ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ହରିୟାଣାରେ ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ଅନୁଯାୟୀ, ରିକ୍ଟର ସ୍କେଲରେ ୩.୨ ତୀବ୍ରତା ବିଶିଷ୍ଟ ଏହି ଭୂମିକମ୍ପ ରାତି ୯:୨୨ରେ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ସୋନିପତ ଜିଲ୍ଲାରେ ପ୍ରାୟ ୫ କିଲୋମିଟର ଗଭୀରତାରେ ଅବସ୍ଥିତ । ସ୍ଥାନୀୟ କର୍ତ୍ତୃପକ୍ଷ ଭୂମିକମ୍ପ ଯୋଗୁଁ କୌଣସି ବଡ଼ କ୍ଷୟକ୍ଷତି କିମ୍ବା ମୃତାହତ ହୋଇନଥିବା ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button