କଳାବ୍ୟାଜ ପିନ୍ଧି ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ଭୁବନେଶ୍ବର: ରାଉରକେଲାରେ ଗତ ୮ ଦିନ ଧରି କଲେଜରେ ପଡିଛି ତାଲା । ଆଉ ଆଜି ଛାତ୍ରମାନେ ନିଜର ଆଫ୍ରନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଠାଇବାକୁ ପ୍ରସ୍ତୁତ ହୋଇଛନ୍ତି । ସରକାର ୮ ଦଫା ଦାବି ନ ନେବେ ତେବେ ମେଡିକାଲ ଛାତ୍ରଛାତୀମାନେ ଆଫ୍ରନ ରଖି କରିବେ କଣ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଆଜି ସମସ୍ତ ଛାତ୍ରଛାତ୍ରୀ ନିଜ ନିଜ କୋର୍ଟକୁ ପ୍ୟାକିଂ କରି ପୋଷ୍ଟ ଅପିସରେ ଭୁବନେଶ୍ୱରକୁ ପଠାଇବାକୁ ପ୍ରସ୍ତୁତ ହୋଇଛନ୍ତି ।



