ଲଘୁ ଖଣିଜ ଚୋର, ଖଣି ମାଫିଆ ଓ ବାଲି ମାଫିଆଙ୍କୁ ନିଶ୍ଚିହ୍ନ କରାଯିବ : ଖଣି ମନ୍ତ୍ରୀ ବିଭୂତି ଜେନା

ଭୁବନେଶ୍ୱର : ଲଘୁ ଖଣିଜ ଚୋର, ଖଣି ମାଫିଆ ଓ ବାଲି ମାଫିଆଙ୍କୁ ନିଶ୍ଚିହ୍ନ କରାଯିବ । କଠୋର ଚେତବାନୀ ଦେଲେ ଖଣି ମନ୍ତ୍ରୀ ବିଭୂତି ଜେନା । ସମ୍ପୂର୍ଣ୍ଣ ନିଶ୍ଚିହ୍ନ କରିବା ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଆକ୍ସନ ଜାରି ରହିବ। ନୂଆ ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗାଡ଼ି ଜବତ କରାଯାଇଛି । କେହି ବି ସରକାରଙ୍କ ନଜରରୁ ବର୍ତ୍ତି ପାରିବେନି, ଦୃଢ଼ କାର୍ଯ୍ୟାନୁଷ୍ଠାନ। ଆଗକୁ ଆହୁରି ବଡ଼ ଧରଣର ଆକ୍ସନ ହେବ ବୋଲି କହିଛନ୍ତି ବିଭୂତି ଜେନା lରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗାଡି ଜବତ କରାଯାଇଛି । ବାଲି ମାଫିଆଙ୍କୁ ଦମନ କରିବା ପାଇଁ ତହସିଲଦାର, ଉପ ଜିଲ୍ଲାପାଳ ଓ ଜିଲ୍ଲାପାଳ ଏବଂ ପୋଲିସ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଏହି ସମ୍ପତ୍ତି ଜନ ସାଧାରଣଙ୍କ ରୟାଲଟିକୁ ଲୁଟ୍ ହେବାକୁ ସରକାର ଦେବେ ନାହିଁ ।ବେତନଟୀ ଥାନା ଅଞ୍ଚଳରେ ଗୋଟେ ଅଘଟଣ ଘଟିଛି । ସେଥିପାଇଁ କେସ୍ କରାଯାଇଛି । ତିନି ଜଣଙ୍କୁ ଗିରଫ କରାଯାଇଛି । ଆଉ ଯେଉଁମାନେ ସମ୍ପୃକ୍ତ ସମସ୍ତଙ୍କୁ ଦମନ କରାଯିବ । ରାସଗୋବିନ୍ଦପୁରରେ ବି ପୂର୍ବରୁ ଗୋଟେ ଘଟଣା ଘଟିଥିଲା । ସବୁ କେସ୍‌ରେ ରାଜ୍ୟ ସରକାର ତୁରନ୍ତ ଆକ୍ସନ ନେଇଛନ୍ତି । ବାଲି ମାଫିଆ ଯଦି ଭାବୁଛନ୍ତି ଆମେ ସରକାରଙ୍କୁ ଡରେଇ ଦେବୁ, ତାହା ସେମାନଙ୍କ ଭ୍ରାନ୍ତ ଧାରଣା । କେହି ବି ସରକାରଙ୍କ ନଜରରୁ ବର୍ତ୍ତି ପାରିବେ ନାହିଁ । ଦୃଢ଼ କାର୍ଯ୍ୟାନୁଷ୍ଠାନ ଜାରି ରହିବ । ଆଗକୁ ଆହୁରି ବଡ଼ ଧରଣର ଆକ୍ସନ ହେବ ବୋଲି ଖଣି ମନ୍ତ୍ରୀ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button