ଭାଙ୍ଗିଲା G-20 ଶିଖର ସମ୍ମିଳନୀ ପରମ୍ପରା, ଆମେରିକା ବୟକଟ ସତ୍ତ୍ୱେ ଗୃହୀତ ହେଲା ପ୍ରସ୍ତାବ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ G20 ସମ୍ମିଳନୀରେ ଅଂଶଗ୍ରହଣକାରୀ ଦେଶମାନେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ଐତିହାସିକ ଘୋଷଣାପତ୍ର ପାରିତ କରିଛନ୍ତି। ଆମେରିକାର ବିରୋଧ ଏବଂ ବୟକଟ ସତ୍ତ୍ୱେ G20 ଗୋଷ୍ଠୀ ଏହି ଘୋଷଣାପତ୍ର ଉପରେ ସର୍ବସମ୍ମତିକ୍ରମେ ସହମତ ହୋଇଛନ୍ତି। ଏହି ପଦକ୍ଷେପ ଯୋଗୁଁ G20 ଶିଖର ସମ୍ମିଳନୀ ପରମ୍ପରା ଭାଙ୍ଗିଥିବା କୁହାଯାଉଛି। କାରଣ G20ରେ ଅଂଶଗ୍ରହଣକାରୀ ବିଶ୍ୱ ନେତାମାନେ ଆମେରିକାର ଅନୁପସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ମିଳିତ ଘୋଷଣାପତ୍ର ପାରିତ କରିଥିଲେ। ପ୍ରକୃତରେ ଆମେରିକା ଜୋହାନ୍ସବର୍ଗରେ G20 ସମ୍ମିଳନୀକୁ ବୟକଟ କରିଥିଲା। କାରଣ ଆୟୋଜକ ଦକ୍ଷିଣ ଆଫ୍ରିକା ସହିତ କୂଟନୈତିକ ମତଭେଦକୁ କାରଣ ଭାବରେ ଦର୍ଶାଯାଇଥିଲା। ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍ ରାମଫୋସା କହିଛନ୍ତି ଯେ, ଆମେରିକା ମିଳିତ ଘୋଷଣାପତ୍ରର ଶବ୍ଦାବଳୀ ଉପରେ ଆପତ୍ତି କରିଥିଲା। ତଥାପି ସେ ଜୋର ଦେଇ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଉପରେ ଘୋଷଣାପତ୍ର ପୁନଃ ଆଲୋଚନା କରାଯାଇପାରିବ ନାହିଁ। ରାଷ୍ଟ୍ରପତି ରାମଫୋସାଙ୍କ ଏହି ବିବୃତ୍ତି ୱାଶିଂଟନ ଏବଂ ପ୍ରିଟୋରିଆ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ଉଜାଗର କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button