ରଥଯାତ୍ରା ଦଳାଚକଟା ମାମଲା: କଂଟ୍ରୋଲ୍‌ ରୁମ୍‌ ଦାୟିତ୍ବରେ ଥିବ ଏସିଏଫ୍‌ଙ୍କୁ ନୋଟିସ୍‌

ଭୁବନେଶ୍ୱର: ପୁରୀ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଦଳଚକଟା ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଘଟଣା ଦିନ କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିବା ସହକାରୀ ବନ ରକ୍ଷକ ବା ଏସସିଏଫ୍ ଅଶୋକ ବେହେରାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିଶ ଜୁନ୍ ୨୯ ତାରିଖରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟିବା ଏବଂ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ସହ ୧୨ ଜଣ ଆହତ ହେବା ଘଟଣାରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଦ୍ୱାରା କରାଯାଇଥିବା ପ୍ରଶାସନିକ ତଦନ୍ତ ପରେ ଅଶୋକ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଅଶୋକ ବେହେରା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାଙ୍କର ପକ୍ଷ ରଖିବାରେବିଫଳ ହୁଅନ୍ତି, ତେବେ ଏହା ଧରିନିଆଯିବ ଯେ ତାଙ୍କର ଏହି ବିଭାଗରେ କୌଣସି ପ୍ରତିନିଧିତ୍ୱ କରିବାର ଅଧିକାର ନାହିଁ ଏବଂ ତାଙ୍କ ବିରୁଦ୍ଧରେ ଏକପାଖିଆ ଭାବରେ ନିର୍ଦ୍ଦେଶ ପାସ୍ କରାଯିବ। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ରିପୋର୍ଟ ପରେ ବିଭାଗୀୟ ଏପରି ଆକ୍ସନ ନେଇଛି। ଏହା ସହ ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି। ଜଣେ ସହକାରୀ ଜିଲ୍ଲାପାଳ, ୨ ଅତିରିକ୍ତ ତହସିଲଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ

Related Articles

Leave a Reply

Your email address will not be published. Required fields are marked *

Back to top button