ସ୍ବତନ୍ତ୍ର ଶିକ୍ଷକ ପଦବୀ ଅନୁମୋଦନ ପାଇଁ ଓଏସଇଏଫଡ଼ି ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜ୍ଞାପନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବା ପାଇଁ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରସନ ଫର୍ ଦିବ୍ୟାଙ୍ଗ ସଂଘ (ଓଏସଇଏଫଡ଼ି) ରାଜ୍ୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀଙ୍କ ଶିକ୍ଷା ଓ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ପାଇଁ ଅଦମ୍ୟ ପ୍ରଚ଼େଷ୍ଟା ଓ ସଂଘର୍ଷ ୨୦୧୭ ମସିହାରୁ କରିଆସୁଥିଲା। ଏହି ନ୍ୟାର୍ଯ୍ୟ ଦାବିକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ପ୍ରଦାନ କରିଛନ୍ତି ଓ ଓଡ଼ିଶା ସରକାରଙ୍କ ସମର୍ଥନରେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ହେବ ବୋଲି ଓସେପା ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହ ସଂଘକୁ ମାର୍ଗଦର୍ଶନ ଦେଇଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଏବଂ ସକ୍ଷମ ସଂଗଠନକୁ ଓଏସଇଏଫଡ଼ି ସଂଘ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛି। ଏହି ଅବସରରେ ଓଡ଼ିଶାର ଅନେକ ଜିଲ୍ଲାର ସଂଘର ନେତୃବୃନ୍ଦ ଆସି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ସାକ୍ଷାତ କରି କୃତଜ୍ଞତାର ସହ ଧନ୍ୟବାଦ୍ ଜ୍ଞାପନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। ତତସହିତ ଖୁବଶୀଘ୍ର ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତିର ବିଜ୍ଞାପନ ପ୍ରକାଶ ଏବଂ ଓଟିଇଟି ପେପର ୨ ରେ ଦୁଇବର୍ଷିଆ ସ୍ବତନ୍ତ୍ର ବି.ଇଡ଼ି ଦର୍ଶାଯାଇ ନଥିବାରୁ ଅନେକ ଆଶାୟୀ ଆବେଦନ କରିବାରୁ ବଞ୍ଚିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ଏହାର ସମାଧାନ ପାଇଁ ମାନ୍ୟବର ମନ୍ତ୍ରୀଙ୍କୁ ବିନମ୍ର ଅନୁରୋଧ କରାଯାଇଛି‌। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ସ୍ବାବଲମ୍ବୀ ଓ ସଶକ୍ତିକରଣ କରିବା ପାଇଁ ଲୋକଙ୍କ ସରକାର ଯେଉଁ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଅଭିନନ୍ଦନୀୟ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସଭାପତି ସୂର୍ଯ୍ୟକାନ୍ତ ବେହେରା, ସଂପାଦକ ଆୟୁଷ୍ମାନ ଚୌଧୁରୀ, ଉପସଭାପତି ବିଶ୍ବବିଜୟୀ ଦାଶ, କୋଷାଧ୍ୟକ୍ଷ ଅଭିଷେକ ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦିକା ଆର୍ଷି ଉପାସନା କର, ସହ-କୋଷାଧ୍ୟକ ପ୍ରିୟବ୍ରତ ରାଉତଙ୍କ ସମେତ ସମସ୍ତ ଜିଲ୍ଲାର ନେତୃମଣ୍ଡଳୀ ମାନେ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button