ନୂଆପଡାରେ ୮୧.୯% ମତଦାନ

ଭୁବନେଶ୍ବର: ସରିଲା ନୂଆପଡା ଉପନିର୍ବାଚନ ମତଦାନ । ଗତକାଲି ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଥିଲା । ମୋଟ ୮୧.୯ ପ୍ରତିଶତ ଭୋଟିଂ ହୋଇଥିବା ରେକର୍ଡ କରାଯାଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ୪୭ଟି ସମ୍ବେଦନଶୀଳ ବୁଥ୍ ଏବଂ ୮ଟି ଅତ୍ୟନ୍ତ ସମ୍ବେଦନଶୀଳ ବୁଥ୍ ଏବଂ ୮ଟି ଅତ୍ୟନ୍ତ ସମ୍ବେଦନଶୀଳ ବୁଥ୍ ସମେତ ୩୫୮ଟି ମତଦାନ କେନ୍ଦ୍ରରେ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ମତଦାନ ସମାପ୍ତ ହେବା ସହିତ, ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଛି। ଭୋଟ୍ ୧୪ ନଭେମ୍ବରରେ ଗଣନା କରାଯିବ।



