ରାଜ୍ୟରେ ବଢିବ ଶୀତ, ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

ଭୁବନେଶ୍ବର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡାର ପରିମାଣ ଅଧିକ ରହୁଛି । ଶୀତ ଆହୁରି ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୂମାନ କରିଛି । ଆଗାମୀ 48 ଘଣ୍ଟା ପାଇଁ 3 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ 24 ଘଣ୍ଟା ମଧ୍ୟରେ ରାତିର ତାପମାତ୍ରା 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତାପମାତ୍ର କମିବା ସହ ଶୀତ ବଢିବା । ଆଜି ରାତି ଓ ଆସନ୍ତାକାଲି  ଶୀତ ଲହରୀ ପାଇଁ ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଦୁଇ ଦିନ ବିଶେଷ କରି ଅଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ସହ ଅଧିକ କୁହୁଡି ଅନୁଭୂତ ହେବାର ସମ୍ଭାବନା ରହିଛି ।ସେପଟେ ଜଳୀୟବାଷ୍ପ ହ୍ରାସ ସହିତ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ଓଡ଼ିଶାରେ ପାରଦ ଖସୁଛି । ତେଣୁ ଶୀତ ଅଧିକ ଅନୁଭବ ହେଉଥିବା ବେଳେ ଆଗାମୀ 24 ଘଣ୍ଟା ପରେ ପାଗରେ ପରିବର୍ତ୍ତନ ହେବ ବୋଲି ଆକଳନ କରିଛି ବିଭାଗ । ମିଳିଥିବା ସୂଚନା ଅନୁସାରେ ଆଞ୍ଚଳିକ ଗତ 24 ଘଣ୍ଚା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା 2-3 ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଉପକୂଳବର୍ତ୍ତୀ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡ଼ିକରେ ତାପମାତ୍ରା ସ୍ବାଭାବିକ ଠାରୁ 3 ଡିଗ୍ରୀ କମ ରହିଛି । ଏହାସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା 4-5 ଡିଗ୍ରୀ କମ୍‌ ରହିଛି । ପାହାଡି଼ଆ ଅଞ୍ଚଳ ଭାବରେ ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ 9.5 ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 11 ଡିଗ୍ରୀ ରହିଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button