ରାଜଧାନୀର ତାପମାତ୍ରା ୪ ଦିନରେ ୪.୬ ଡିଗ୍ରୀ ଖସିଲା

ଭୁବନେଶ୍ୱର: ଏଥର ରାଜ୍ୟରେ ଶୀତ ବିଳମ୍ବରେ ଆସି ଜଲଦି ଚାଲିଯିବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ବିଳମ୍ବରେ ଶୀତର ପ୍ରଭାବ ଜାରି ହେବ । ଏପଟେ ରାଜଧାନୀ ଭୁବନେଶ୍ବରରେ ହାଲକା ହାଲକା ଶୀତ ଅନୁଭୂତ ହେବା ଆରମ୍ଭ ହୋଇଗଲାଣି । ଗତ ୪ ଦିନରେ ୪.୬ ଡିଗ୍ରୀ ଖସିଛି ରାଜଧାନୀର ତାପମାତ୍ରା । ଭୋର ସାଢେ ୭ଟା ସୁଦ୍ଧା ରେକର୍ଡ ତାପମାତ୍ରା ଅନୁସାରେ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ପାରଦ ରେକର୍ଡ ହୋଇଛି । ଗତ ୭ ତାରିଖରେ ରାଜଧାନୀରେ ୨୦.୮ ଡିଗ୍ରୀ ତାପମାତ୍ରା ରହିଥିଲା । କୋରାପୁଟ, ସୁନ୍ଦରଗଡ, କନ୍ଧମାଳ ଭଳି ଆଭ୍ୟନ୍ତରଣୀ ଜିଲ୍ଲାରେ ହାଲୁକା ଶୀତ ଅନୁଭୂତ ହେବାରେ ଲାଗିଲାଣି। ବର୍ତ୍ତମାନ ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବେଶ କରୁଛି। ପ୍ରଭାବରେ କିଛି ଜିଲ୍ଲାରେ ଦିନ ଓ ରାତି ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏଁ କମିଛି । ଆସନ୍ତା ୨ରୁ ୩ ଦିନରେ ପାରଦ ୩ରୁ ୪ଡିଗ୍ରୀ ଖସିପାରେ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ତେବେ ଏବର୍ଷ ପଶ୍ଚିମା ବାୟୁର ପ୍ରବାହ ଯୋଗୁଁ ଲଗାତାର ଶୀତ ଲହରି ରହିବ ନାହିଁ। ବିଗତ ବର୍ଷ ଅପେକ୍ଷା ଥଣ୍ଡା ଟିକେ ଅଧିକ ରହିଲେ ବି ଶୀତର ଅବଧି କମିବ।

Related Articles

Leave a Reply

Your email address will not be published. Required fields are marked *

Back to top button