ରଥଯାତ୍ରା ଦଳଚକଟା ରିପୋର୍ଟକୁ ନେଇ ବର୍ଷଲା କଂଗ୍ରେସ

ଭୁବନେଶ୍ୱର: ଶ୍ରୀ ମନ୍ଦିର ରଥଯାତ୍ରା ସମୟରେ ଦଳା ଚକଟାରେ ୩ ଭକ୍ତଙ୍କ ପ୍ରାଣହାନୀ ଓ ଶତାଧିକ ଆହତ ହେବା ଅଘଟଣ ଉପରେ ଅନୁସନ୍ଧାନ କମିଟିର ରିପୋର୍ଟ ପ୍ରକାଶକୁ ନେଇ ଆଜି କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ, ବରିଷ୍ଠ ମୁଖପାତ୍ର ଲଲାଟେନ୍ଦୁ ଦାସ ଏବଂ ମୁଖପାତ୍ର ଜୟଶ୍ରୀ ପାତ୍ର ଯୋଗ ଦେଇ ନିଜ ବ୍ୟକ୍ତବ୍ୟ ଉପସ୍ଥାପିତ କରିଥିଲେ । ପୂର୍ବତନ ମନ୍ତ୍ରୀ ଶ୍ରୀ ନାୟକ କହିଲେ, ରଥଯାତ୍ରା ଦଳାଚକଟା ଘଟଣା ଅତ୍ୟନ୍ତ ଦୁଃଖଦ । ପ୍ରଶାସନ ରଥଯାତ୍ରାକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ୨୭୫ ଗୋଟି ସିସିଟିଭି ଲଗାଇବାକୁ ନିଷ୍ପତ୍ତି ନେଇ ଥିବାବେଳେ ପ୍ରକୃତପକ୍ଷେ ୧୬୦/୬୫ ଗୋଟି ଲାଗିଥିଲା । ଦାୟିତ୍ୱ କାହିଁକି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଦିଆ ଯାଇ ନଥିଲା, ତିରୁପତି ମନ୍ଦିର ଦର୍ଶନ ବ୍ୟବସ୍ଥା ଅନୁସାରେ ଆଇନ ମନ୍ତ୍ରୀ ଧାଡି ବ୍ୟବସ୍ଥା ପାଇଁ ସୁପାରିଶ କରିବା ସତ୍ୱେ କାର୍ଯ୍ୟକାରୀ କାହିଁକି ହୋଇ ପାରିଲା ନାହିଁ । ସରକାର ଦକ୍ଷିଣର ମନ୍ଦିର ବ୍ୟବସ୍ଥା ଅନୁଶୀଳନ କରି ଶ୍ରୀ ମନ୍ଦିରରେ ବ୍ୟବସ୍ଥା କରନ୍ତୁ ବୋଲି କହିଥିଲେ। ବରିଷ୍ଠ ମୁଖପାତ୍ର ଶ୍ରୀ ଦାସ କହିଲେ, ପୁରୀ ରଥଯାତ୍ରା ଦଳାଚକଟା ପ୍ରଶାସନିକ ତଦନ୍ତ ରିପୋର୍ଟ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ବାହାସ୍ଫୋଟ ମାରି କହିଥିଲେ ଏଥର ରଥଯାତ୍ରା ତ୍ରୁଟିମୁକ୍ତ ହେବ ଭକ୍ତ ଦିବ୍ୟ ଅନୁଭୂତି ନେଇ ଫେରିବେ ବୋଲି କହିଥିଲେ । କିନ୍ତୁ ୩ ଜଣଙ୍କ ଶବ ଓ ୫୦୦ ଜଣ ଆହତ ହୋଇ ଫେରିଲେ । ରଥଯାତ୍ରାରେ ୧୦ ହଜାର ପୋଲିସ ସିପାହୀ, ୨୧ ଏସପି ପାହ୍ୟା ଅଫିସର ଓ ଗୁଡ଼ାଏ ଅଫିସର ଶ୍ରେଣୀର ଅଧିକାରୀଙ୍କୁ ନିଯୁକ୍ତ କରା ଯାଇଥିଲା । ପ୍ରତ୍ୟେକ ରଥ ପାଇଁ ଜଣେ ଉଚ୍ଚ ପଦସ୍ଥ ଅଫିସର ନିଯୁକ୍ତ ହୁଅନ୍ତି ଏବଂ ମହାପ୍ରଭୁଙ୍କ ରଥ ପାଇଁ ପୁରୀ ଜିଲ୍ଲାପାଳ ଖୋଦ ନିଯୁକ୍ତ ଥିଲେ ଏବଂ ଏଠାରେ ଅଘଟଣ ଘଟିଥିଲା । ଅଘଟଣ ଘଟିବାର ମୁଖ୍ୟ କାରଣ, ରାତ୍ର ୧୨ ଟାରେ ପ୍ରଭୁଙ୍କ ପହୁଡ଼ କରାଗଲା ଓ ଦର୍ଶନ ବନ୍ଦ ହେଲା । ଫଳରେ ଲକ୍ଷାଧିକ ଭକ୍ତ ଦର୍ଶନରୁ ବଞ୍ଚିତ ହେଲେ । ତହିଁ ଆରଦିନ ସକାଳୁ ଭକ୍ତଙ୍କ ସୁଅ ଛୁଟି ଲୋକାରଣ୍ୟ ହୋଇଗଲା । ପୁଣି ସେତେବେଳେ ଚାରମାଳ ନେଇ ଟ୍ରକ ଭିତରକୁ ଆସିବାରୁ ଭିଡ଼ ଅଣାୟତ୍ତ ହୋଇ ଅଘଟଣ ଘଟିଲା । ପହୁଡ଼କୁ ଯଦି ୨ ଘଣ୍ଟା ବିଳମ୍ବ କରା ଯାଇଥାନ୍ତା ଅଘଟଣ ଘଟି ନଥାନ୍ତା । ସେତେବେଳେ କେଉଁ ଅଧିକାରୀ ଦାୟିତ୍ୱରେ ଥିଲେ ତାଙ୍କ ନାମ ଉଲ୍ଲେଖ ନାହିଁ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ହୋଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button