ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଫଳ

ନୂଆଦିଲ୍ଲୀ : ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବ  । ଏନେଇ ସିବିଏସଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି  । ଅପରପକ୍ଷରେ ପରୀକ୍ଷା ଫଳ କେଉଁ ଆଧାରରେ ହେବ ସେ ସଂକ୍ରାନ୍ତରେ ବି ସବିଶେଷ ତଥ୍ୟ ଦିଆଯାଇଛି  । ଫଳରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଦୂରୀଭୂତ ହୋଇପାରିଛି  । ସିବିଏସଇର ସୂଚନା ଅନୁଯାୟୀ ୩୦ : ୩୦ : ୪୦ ଅନୁପାତରେ ଦ୍ୱାଦଶ ଶ୍ରେଣୀର ମୂଲ୍ୟାୟନ କରାଯିବ  । ଅର୍ଥାତ ଦଶମ ଶ୍ରେଣୀ ପରୀକ୍ଷାର ନମ୍ବରକୁ ୧୦%, ଏକାଦଶ ଶ୍ରେଣୀ ପରୀକ୍ଷାକୁ ୩୦% ଓ ଦ୍ୱାଦଶ ଶ୍ରେଣୀ ପ୍ରିବୋର୍ଡ ନମ୍ବରକୁ ୪୦ ପ୍ରତିଶତ ଗୁରୁତ୍ୱ ଦିଆଯିବ  । ସିବିଏସଇ ପକ୍ଷରୁ ଗଠିତ ୧୩ ଜଣିଆ ବିଶେଷଜ୍ଞ କମିଟି ଏହି ଫର୍ମୂଲା ସପକ୍ଷରେ ଥିବାବେଳେ ଏସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି  । ସୂଚନାଯୋଗ୍ୟଯେ, କରୋନା ଯୋଗୁଁ ଚଳିତ ବର୍ଷ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ହୋଇପାରିନାହିଁ  । ପରୀକ୍ଷାକୁ ବାତିଲ କରାଯାଇଥିବାରୁ ପିଲାମାନେ କେଉଁ ଆଧାରରେ ନମ୍ବର ପାଇବେ ତାହାକୁ ନେଇ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button