ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ପ୍ରଚାର ସରିବା ପୂର୍ବରୁ ବିଜେପି ସଭାପତି ମନମୋହନ ସାମଲ ବଡ ସୂଚନା ଦେଇଛନ୍ତି। ସେ ଏକ ପ୍ରେସମିଟ୍‌ରେ କହିଛନ୍ତିନୂଆପଡାକୁ ଏକ ନମ୍ବର ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ କରିବୁ । ପାଞ୍ଚ ଶହ ଦିନରେ ଆମେ କଣ କରିଛୁ, ତାହା ସମସ୍ତେ ଦେଖିଲେଣି । ୨୪ ବର୍ଷ ଶାସନ ଭିତରେ ବିଜେଡି ନୂଆପଡା ପାଇଁ କଣ କରିଛି ନବୀନ ବାବୁ କୁହନ୍ତୁ । ନୂଆପଡାରେ ୭୫ ହଜାର ମା ଓ ଭଉଣୀ  ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି । ନୂଆପଡାର ୪୫ ହଜାର ଚାଷୀ ୮୦୦ ଟଙ୍କାର ଇନପୁଟ ସହାୟତା ପାଇଛନ୍ତି । ବରଗଡ ସହ ନୂଆପଡାକୁ ରେଳ ଲାଇନ ଯୋଡିବାକୁ ଜମି ଅଧିଗ୍ରହଣ ଚାଲିଛି । ଖରିଆର ରୋଡରେ ମଧ୍ୟ ୪ ଲାଇନ ଟ୍ରାକ ପାଇଁ ଯୋଜନା ରହିଛି । ନିର୍ବାଚନରେ ବେଇନାମ, ଭୋଟ୍ ଚୋରି ପରି ଶବ୍ଦର ବ୍ୟବହାରକୁ ନିନ୍ଦା କରୁଛି ବୋଲି ବିଜେପି ରାଜ୍ୟ ସଭାପତି କହିଛନ୍ତି । ଆଜି ପ୍ରଚାରର ଶେଷ ଦିନ ଥିବାରୁ ସବୁ ପାର୍ଟିର ମାଳ ମାଳ ନେତା ନୂଆପଡାରେ ମେଳି କରିଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ଓ ପାର୍ଟି ପକ୍ଷରୁ ବିଭିନ୍ନ ପ୍ରକାରର ପ୍ରତିଶ୍ରୁତି ଦିଆଯାଉଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଇ ଥର ନୂଆପଡା ଗସ୍ତ କରି ନିର୍ବାଚନ ପ୍ରଚାର କରିବା ସହ ରୋଡ ଶୋ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଭବ୍ୟ ରୋଡ ଶୋ କରିଛନ୍ତି । ନଭେମ୍ବର ୧୧ରେ ଭୋଟ୍ ଗ୍ରହଣ ଏବଂ ୧୪ରେ ଫଳାଫଳ ପ୍ରକାଶ ପାଇବ ।

Related Articles

Leave a Reply

Your email address will not be published. Required fields are marked *

Back to top button