ଉତ୍ତରାଖଣ୍ଡେର ୮,୧୪୦ କୋଟି ମୂଲ୍ୟର ପ୍ରକଳ୍ପର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ପ୍ରତିଷ୍ଠାର ୨୫ତମ ବାର୍ଷିକୀ ଉପଲକ୍ଷେ ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗ ଦେଇଛନ୍ତି। ରୌପ୍ୟ ଜୟନ୍ତୀ ସମାରୋହ ଡେରାଡୁନରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ଡାକଟିକଟ ମଧ୍ୟ ଉନ୍ମୋଚନ କରିଛନ୍ତି। ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡ ରାଜ୍ୟର ବିକାଶ ସହିତ ଜଡିତ ୮,୧୪୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ଯେଉଁ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ସେଗୁଡ଼ିକ ମଧ୍ୟରେ ସୋଙ୍ଗ ଡ୍ୟାମ୍ ପାନୀୟ ଜଳ ପ୍ରକଳ୍ପ ଏବଂ ନୈନିତାଲରେ ଜମରାନି ଡ୍ୟାମ୍ ବହୁମୁଖୀ ପ୍ରକଳ୍ପ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ପାନୀୟ ଜଳ, ଜଳସେଚନ ଏବଂ ବିଦ୍ୟୁତ୍ ଉତ୍ପାଦନରେ ଯୋଗଦାନ ଦେବ। ଏହା ସହିତ, ପ୍ରଧାନମନ୍ତ୍ରୀ ବୈଷୟିକ ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, କ୍ରୀଡା ଏବଂ ଦକ୍ଷତା ବିକାଶ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପ୍ରକଳ୍ପ ମଧ୍ୟ ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ୨୮,୦୦୦ ରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୬୨ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।



