କଟକରେ ବଡ଼ ଅଘଟଣ: ଭୁଶୁଡ଼ିଲା ଫ୍ଲାଟ୍‌ର ବାଲକୋନି, ୩ ମୃତ, ୬ ଆହତ

ଭୁବନେଶ୍ବର: ବାଲିଯାତ୍ରାକୁ ନେଇ ଉତ୍ସବ ମୁଖର କଟକ ସହର। ଘରମାନଙ୍କରେ ବନ୍ଧୁବାନ୍ଧବଙ୍କ ଭିଡ଼ ଲାଗି ରହିଛି। ଏହା ମଧ୍ୟରେ ସିଲଭର ସିଟି କଟକରୁ ଆସିଛି ଦୁଃଖଦ ଖବର। ଶନିବାର ସହରରେ ବାଲକୋନି ଭୁଶୁଡ଼ି ଯିବାରୁ ଜଣେ ଶି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଏସସିବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଣିସାହୁ ଛକ ନିକଟସ୍ଥ ଏକ ଫ୍ଲାଟ୍‌ର ବାଲକୋନି ଭାଙ୍ଗି ତଳେ ଥିବା ଆଜବେଷ୍ଟସ ଘର ଉପରେ ପଡ଼ିଥିଲା । ୪ଟା ୪୫ ମିନିଟ୍ ସମୟରେ ଘଟିଛି ଏହି ଘଟଣା । ​ସୂଚନା ଅନୁଯାୟୀ, କଟକ ମଣିସାହୁ ଛକ ନିକଟରେ ଏହି ଅଘଟଣ ଘଟିଛି। ଆଜବେଷ୍ଟସ ଘର ଉପରେ ଫ୍ଲାଟର ବାଲକୋନି ଭୁଶୁଡ଼ି ପଡ଼ିଛି। ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଅବଦୁଲ ଜଲିଲ, ଅବଦୁଲ ଜାହିଦ ଓ ଅବଦୁଲ ମୁଜାହିଦ। ଘଟଣାସ୍ଥଳରେ କଟକ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତେବେ ବାଲକୋନି ଭାଙ୍ଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି । ବିପଦସଙ୍କୁଳ କୋଠା ଭୁଷୁଡି ୩ଜଣଙ୍କ ମୃତ୍ୟୁ ଘଟଣାରେ ଏସସିବିରେ ମୃତାହତଙ୍କ ପରିବାରକୁ ଭେଟିଛନ୍ତି ବିଧାୟିକା ସୋଫିଆ ଫିର୍ଦ୍ଦୋସ। ଅଘଟଣ ପାଇଁ ସି ଏମ୍ ସି ଓ ଜିଲ୍ଲା ପ୍ରଶାସନକୁ ଦାୟୀ କରିଛନ୍ତି ସୋଫିଆ। ଅଘଟଣର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହା ସହ ମୃତକଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ସେ ଦାବି କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button