ରାସ୍ତା ପାଲଟିଛି ମରଣଯନ୍ତା

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ କନିକା ତହସିଲ ଅଧିନସ୍ଥ ଗିରିଆ-କୋଠସାହି ଗ୍ରାମଠାରୁ ନହୁଲିଆ ପୋରଳ ଛକ ପର୍ଯ୍ୟନ୍ତ ପ୍ରାୟ ୩କି.ମି ପର୍ଯ୍ୟନ୍ତ ଆରଡିରାସ୍ତା ମରଣ ଯନ୍ତା ପାଲଟିଛି। ଫଳରେ ଲୋକଙ୍କ ଯାତାୟାତରେ ବାଧାପ୍ରାପ୍ତ ହେଉଛି। ଏହି ଆରଡି ରାସ୍ତା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପରେ ପ୍ରଶାସନର ନିଦ ଭାଙ୍ଗିଥିଲା। ରାସ୍ତା ମରାମତି ପାଇଁ ଠିକାଦାର, ଜେଇ ଓ ଏସଡିଓ  ତତ୍ପର ହୋଇଉଠିଥିଲେ। ସମ୍ପ୍ରତି ଉକ୍ତ ରାସ୍ତାକୁ ଅଧା ପନ୍ତରିଆ ଭାବେ ଛାଡ଼ି ଠିକାଦାର କେଉଁଆଡ଼େ ଗାଏବ୍ ହୋଇଯାଇଛନ୍ତି। ଯେତିକି କାମ ହୋଇଛି ତାହା ନିମ୍ନମାନର। ରାଜକନିକା ଅଞ୍ଚଳବାସୀ ତୁରନ୍ତ ମରାମତି କାର୍ଯ୍ୟ ପାଇଁ ପ୍ରଶାସନ ନିକଟରେ ଦାବି କରିଛନ୍ତି।

କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ କଟକ ଚାନ୍ଦବାଲି ମୁଖ୍ୟ ୨୦ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଆରଡି  ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବାରୁ ୨୦ରୁ ଊର୍ଦ୍ଧ୍ବ ଗ୍ରାମର ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବିଶେଷ କରି ତରାସ-ଦେଉଳି ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇପଡ଼ିଛି। ଏହି ରାସ୍ତାରେ ରାଜକନିକା ବ୍ଲକ ବିଡିଓ, କନିକା ତହସିଲଦାର, ରାଜକନିକା ଥାନା, ଅଗ୍ନିଶମ ବାହିନୀ, ସାଂସଦ, ବିଧାୟକ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଯାତାୟାତ କରୁଥିଲେ ମଧ୍ୟ ଏହା ଉପରେ କାହାରି ନଜର ପଡୁନାହିଁ। ତେଣୁ ତୁରନ୍ତ ରାଜ୍ୟ ସରକାର ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଲେ ରାଜକନିକା ଅଞ୍ଚଳବାସୀ ଉପକୃତ ହେବେ। ନଚେତ୍ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ ମୁଣ୍ଡ ଟେକିବାର ଯଥେଷ୍ଟ ସମ୍ଭାବନା ରହିଛି।

Related Articles

Leave a Reply

Your email address will not be published.

Back to top button