ନୂଆପଡ଼ା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର: ପ୍ରତାରଣାରୁ ମୁକ୍ତି ସହ ବିକାଶ ଓ ନ୍ୟାୟକୁ ଗୁରୁତ୍ବ

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ପ୍ରଚାର ଆଉ ମାତ୍ର ୪ ଦିନ । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ଉନ୍ମୋଚନ ହୋଇଛି । ଇସ୍ତାହାର ଉନ୍ମୋଚନ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ନୂଆପଡା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉପନିର୍ବାଚନ ପାଇଁ ସ୍ଥାନୀୟଖୁଣ୍ଟିଆ ଭବନଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ପତ୍ର ଉନ୍ମୋଚନ କରାଯାଇଛି । ସଂକଳ୍ପ ପତ୍ରରେ କଂଗ୍ରେସ ଅମଳରେ କଣ ବିକାଶ କରାଯାଇଛି ଏବଂ ଆଗକୁ କଣ ବିକାଶ କରାଯିବ ତାହା ଉପରେ ଗୁରୁତ୍ୱାରୋପ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜମି ପଟ୍ଟା ପ୍ରଦାନ ଓ ଶୀତଳ ଭଣ୍ଡାର ଆଦି ପ୍ରସଙ୍ଗକୁ ଢାଲ କରିଛି ଦଳ । କଂଗ୍ରେସ ଜିତିଲେ ନୂଆପଡ଼ାରେ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେବା ସହିତ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛି । ସେହିପରି କଂଗ୍ରେସ ଆଦିବାସୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ କରିବ ବୋଲି ଇସ୍ତିହାରରେ ଉଲ୍ଲେଖ କରିଛି । ଏହା ସହିତ ଭୂମିହୀନଙ୍କୁ ଘରଡିହ ପଟ୍ଟା ପ୍ରଦାନ ମଧ୍ୟ କରାଯିବ । ସେହିପରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଖାଲି ଥିବା ଶିକ୍ଷକ ଏବଂ ମେଡ଼ିକାଲରେ ଡାକ୍ତର ପଦବୀ ପୂରଣ ପାଇଁ କଂଗ୍ରେସ ଇସ୍ତାହାର ଜାରି କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button