କଟକରେ ମା ଦୁର୍ଗାଙ୍କ ଭସାଣି ଗଣ୍ଡଗୋଳ ମାମଲା:୨୨ଜଣଙ୍କୁ ମିଳିଲା ଜାମିନ

ଭୁବନେଶ୍ବର : କଟକରେ ଦଶହରା ଭସାଣି ଗଣ୍ଡଗୋଳ ମାମଲାରେ ୨୨ଜଣ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କଲେ କଟକ ଏଡିଜେ (୨) କୋର୍ଟ। ସୂଚନାଯୋଗ୍ୟ ଯେ, କଟକ ଦରଘା ବଜାରରେ ଭସାଣିବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଗୋଷ୍ଠୀ ସଂଘର୍ଷରେ ଡିସିପିଙ୍କ ସମେତ ୬ ଆହତ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠି ମାଡ଼ କରିବାକୁ ପଡିଥିଲା । ବେଶ କିଛି ସୟମ ଧରି ଚାଲିଥିଲା ଧାଁ ଦଉଡ, ସଂଘର୍ଷ, ଉତ୍ତେଜନା ସହ ଧାରଣା । ଫଳରେ ଆଗକୁ ଯାଇ ନ ପାରି ଅଟକି ରହିଥିଲା ଦେବୀଙ୍କ ମେଢ଼ । ରାତି ପ୍ରାୟ ୨ଟା ସମୟରେ ଝାଞ୍ଜିରିମଙ୍ଗଳା ମେଢ଼ ଦରଘାବଜାର ହାତୀପୋଖରୀ ନିକଟରେ ପହଞ୍ଚିବା ମାତ୍ରେ ଛାତ ଉପରୁ ଅଚାନକ ଢ଼େଲା ସହ ବୋତଲ ମାଡ଼ ହୋଇଥିଲା । ଡିପିସିଙ୍କ ମୁହଁରେ ଆଘାତ ଲାଗିଥିଲା । ଡିସିପିଙ୍କ ସମେତ ୬ଜଣ ଆହତ ହୋଇଥିଲେ । ପରେ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ସୁଧୁରି ଥିଲା । ପୁଣି ଚାଲିଥିଲା ଭସାଣି ।



