ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି । ରାଜଧାନୀର ୨୦ଟି ବଡ଼ ହାଟରେ ଲାଗୁହେବ ଏସ୍ଓପି । ଏନେଇ ସୂଚନା ଦେଇଛନ୍ତି ବିଏମ୍ସି ମେୟର ସୁଲୋଚନା ଦାସ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ ।BMC ଅଧିକରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ହାଟରେ ଏନ୍ଫୋର୍ସମେଣ୍ଟ କଡାକଡ଼ି ହେବ, ଜରିପାଲ ଟାଣି ପାରିବେନି ଦୋକାନୀ । ଏକ ନମ୍ବର ମାର୍କେଟକୁ ମଡର୍ଣ୍ଣ ମାର୍କେଟ କରିବାକୁ ୧୮୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା । ପାତ୍ରପଡା ଭଗବାନପୁର ହୋଲସେଲ୍ ମାର୍କେଟ ପାଇଁ ଟଙ୍କାର ଅଭାବ ରହିଛି । ଏସବୁ ପାଇଁ ସରକାର ଅର୍ଥ ଯୋଗେଇ ଦେଲେ କାମ ଆଗକୁ ବଢ଼ିବ ବୋଲି ମେୟର କହିଛନ୍ତି ।



