ଦାଦନ ଶ୍ରମିକକୁ ୩ ଦୁର୍ବୃତ୍ତ କଲେ ଆକ୍ରମଣ

କେନ୍ଦ୍ରାପଡା : ଦାଦନ ଶ୍ରମିକଙ୍କୁ ଖଣ୍ଡରେ ଆକ୍ରମଣ | ମୋବାଇଲ୍ ଫୋନ୍ ଓ ଟଙ୍କା ଲୁଟୁଥିଲେ ୩ ଜଣ ଦୁର୍ବୁତ୍ତ | ବିଫଳ ହେବାରୁ ଖଣ୍ଡରେ ଆକ୍ରମଣ କରି ଫେରାର ହେଲେ ଦୁର୍ବୁତ୍ତ | ତୁରନ୍ତ ଆସାମୀ ମାନଙ୍କୁ ଧରିବାକୁ ଚେଷ୍ଟା ଜାରି ରହିଛି ବୋଲି ସୂଚନା ଦେଇଛନ୍ତି ରାଜକନିକା ଥାନାର ଆଇଆଇସି ଉମାକାନ୍ତ ନାୟକ |

ସୂଚନା ମୁତାବିକ, ପଶ୍ଚିମବଙ୍ଗ ରାଜ୍ୟ ମୁର୍ସିଦାବାଦ ଅଂଚଳରୁ ଆସିଥିବା ଦାଦନ ଶ୍ରମିକ କାଜରୁଲି ଇସଲାମ ବୟସ ୨୫ ବର୍ଷ, ଜାଗୁଳାଇପଡା ଠାରେ ଏକ କୋଠା ଘର ନିର୍ମାଣ କାର୍ଯ୍ୟ କରୁଥିଲେ | ଗତକାଲି ସନ୍ଧ୍ୟା ୭.୩୦ ମିନିଟ୍ ସମୟରେ ୩ଜଣ ଦୁର୍ବୃତ୍ତ ଗୋଟିଏ ମୋଟରସାଇକେଲରେ ଆସି କାଜରୁଲିକୁ ଧମକ ଚମକ ଦେଉଥିଲେ | ତାଙ୍କ ମୋବାଇଲ୍ ଫୋନ୍ ଓ ଟଂକା କୁ ଜୋରଜବରଦସ୍ତି ଛଡଉଥିଲେ ୩ ଦୁର୍ବୁତ୍ତ | ସମ୍ପୂର୍ଣ୍ଣ ବିଫଳ ହେବାରୁ ଅନନ୍ୟ ଉପାୟ ହୋଇ ଏକ ଖଣ୍ଡରେ କାଜରୁଲିଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରି ସେଠାରୁ ଖସି ପଳାଇ ଯାଇଥିଲେ | ପରେ କିଛି ସ୍ଥାନୀୟ ଲୋକେ ପହଞ୍ଚି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ | ଏନେଇ ରାଜକନିକା ଥାନାରେ ଅଭିଯୋଗ କଲାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଆସାମୀମାନଙ୍କୁ ଧରିବାକୁ ଚେଷ୍ଟା କରୁଛନ୍ତି ବୋଲି ରାଜକନିକା ଥାନାର ଆଇଆଇସି ଉମାକାନ୍ତ ନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି | ରାଜକନିକା -ଯାଜପୁର ଜାତୀୟ ରାଜପଥ ଜାଗୁଳାଇପଡା ରାସ୍ତାରେ ଘଟଣାଟି ଘଟିଛି ବୋଲି ଆମ ପ୍ରତିନିଧି ସୂଚନା ଦେଇଛନ୍ତି |

Related Articles

Leave a Reply

Your email address will not be published.

Back to top button