ନିଜ ଜନ୍ମଦିନରେ ପଦଯାତ୍ରା କରିବେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ନିଜ ଦଳର ପଦଯାତ୍ରା ଆରମ୍ଭ ହୋଇଥିବାବେଳେ ଯୋଗ ଦେଇ ନ ଥିଲେ । ଏଥି ପାଇଁ ବିରୋଧୀ ଦଳ ପ୍ରଶ୍ନ ଉଠାଇଥିବା ବେଳେ ଏବେ ଏହି ପଦଯାତ୍ରାରେ ସାମିଲ ହେବେ ନବୀନ । ଅକ୍ଟୋବର ୧୬ ନିଜ ଜନ୍ମଦିନରେ ହିଁ ପଦଯାତ୍ରା କରିବେ ନବୀନ। ବିଜେଡ଼ି ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ କହିବା ମୁତାବକ, ନବୀନ ପଟ୍ଟନାୟକ ଗଙ୍ଗନଗର ୱାର୍ଡ ନଂ ୫୨ରେ ଜନସଂପର୍କ ପଦଯାତ୍ରା କରିବେ । ସେହିଦିନ ଏସ୍ଓଏସ୍ ଭିଲେଜ ଯାଇ ମିଷ୍ଟାନ୍ନ ବଣ୍ଟନ କରିବେ ଏବଂ କର୍ମୀମାନେ ଶୁଭେଚ୍ଛା ଜଣାଇବେ । ଅକ୍ଟୋବର ୯ ତାରିଖରୁ ବିଜେଡ଼ିର ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନୀରେ ପୁରୀ ସାକ୍ଷୀଗୋପାଳ ସୁଆଣ୍ଡୋ ଗ୍ରାମରୁ ପଦଯାତ୍ରା ଅଭିଯାନ ଆରମ୍ଭ ହୋଇଛି ।