୨୭ରେ ଝାରସୁଗୁଡା ଆସିବେ ମୋଦି

ଭୁବନେଶ୍ୱର: ଆସନ୍ତା ୨୭ରେ ଝାରସୁଗୁଡା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦେଇଛନ୍ତି । ପୂର୍ବରୁ ୨୭ ତାରିଖରେ ପ୍ରଧାନମନ୍ତ୍ରୀ ବ୍ରହ୍ମପୁର ଆସିବାର କୁହାଯାଉଥିଲା । କିନ୍ତୁ ଏବେ ତାହା ବଦଳି କରାଯାଇଛି । ଗଞ୍ଜାମ ଗସ୍ତ ବାତିଲ ହୋଇ ଝାୁସୁଗୁଡା ଆସିବେ ନରେନ୍ଦ୍ର ମୋଦୀ । ଆଗକୁ ପାଣିପାଗର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଗଞ୍ଜାମ ଗସ୍ତକୁ ବାତିଲ କରାଯାଇଛି ।