କ୍ରୀଡା କୋଟାରେ ରାଜ୍ୟରୁ ନିଯୁକ୍ତି ପାଇଛନ୍ତି ୧୯୨ ଜଣ ଖେଳାଳୀ, ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୯୨ ଜଣ କ୍ରୀଡାବିତ୍‍ ଖେଳ କୋଟାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ ବିଭାଗ ଓ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ପାଇବାପାଇଁ ଆଉ ୯୨ଜଣ କ୍ରୀଡାବିତ୍‍ ଆବେଦନ କରି ଅପେକ୍ଷାରେ ରହିଥିବା ସୂଚନା ଦେଇଛନ୍ତି ରାଜ୍ୟ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । କ୍ରୀଡା କୋଟାରେ କ୍ରୀଡାବିତ୍‍ମାନଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ରାଜ୍ୟ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ବିଗତ ୫ବର୍ଷରେ ୧୯୨ ଜଣ କ୍ରୀଡାବିତ୍‍ଙ୍କୁ ରାଜ୍ୟ ସରକାରୀ ବିଭାଗ ଓ ଉଦ୍ୟୋଗଗୁଡିକରେ ନିଯୁକ୍ତି ପ୍ରଦାନ କରାଯାଇଛି । ନିଯୁକ୍ତି ପାଇଥିବା କ୍ରୀଡାବିତ୍‍ମାନଙ୍କ ମଧ୍ୟରେ ତୀରନ୍ଦାଜ ପୂର୍ଣ୍ଣିମା ହେମ୍ବ୍ରମ, ହକି ଖେଳାଳି ଲିଲିମା ମିଞ୍ଜ୍‍, ରଶ୍ମିତା ମିଞ୍ଜ୍‍ ଓ ନୀଲମ ସଞ୍ଜିବ ସେସ୍‍, ଜଳ କ୍ରୀଡାବିତ୍‍ ସୁମିତ୍ରା ମଲ୍ଲିକ ପ୍ରମୁଖ ରହିଛନ୍ତି । ଏମାନଙ୍କ ସହିତ ଫୁଟବଲ୍‍, କ୍ରିକେଟ, କରାଟେ, ଟାକୋଣ୍ଡ, ଦୃଷ୍ଟିହୀନ ଚେସ. ପାରା ଆଥଲେଟ୍‍, ଭାରଉତ୍ତୋଳନ ଆଦିରେ ସଫଳ କ୍ରୀଡାବିତ୍‍ମାନଙ୍କୁ ନିଯୁକ୍ତି ମିଳିଛି । ନୂତନ ଭାବେ ନିଯୁକ୍ତି ପାଇବାପାଇଁ ୯୨ଜଣ କ୍ରୀଡାବିତ୍‍ ଆବେଦନ କରିଛନ୍ତି ଏବଂ ସେମାନଙ୍କ ଦରଖାସ୍ତଗୁଡିକର ଯାଞ୍ଚ ଚାଲିଛି । ଯାଞ୍ଚ ସରିବାପରେ ନିୟମ ଅନୁଯାୟୀ ଯୋଗ୍ୟ କ୍ରୀଡାବିତ୍‍ମାନଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button