ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୧୧ କୋଟି ଟଙ୍କାର ସୁଧ ସହାୟତା ରାଶି ପ୍ରଦାନ କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ମହିଳାମାନଙ୍କୁ ସଶକ୍ତ କରିବା ଏବଂ ସମାବେଶୀ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନିରନ୍ତର ପ୍ରୟାସରେ ଓଡ଼ିଶା ସରକାର ଅନେକ ପରିବର୍ତ୍ତନଶୀଳ ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳା ନେତୃତ୍ୱାଧୀନ ଉଦ୍ୟୋଗକୁ ସହାୟତା କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ୧ ଲକ୍ଷ ୬୪ ହଜାର ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୧୧ କୋଟି ଟଙ୍କାର ସୁଧ ସହାୟତା ରାଶି ପ୍ରଦାନ କରିଛନ୍ତି। ଦକ୍ଷତା ବିକାଶ ଓ ଉଦ୍ୟମିତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଉପସ୍ଥିତିରେ ୪ ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। କାର୍ଯ୍ୟକ୍ରମରେ ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ଓଡ଼ିଶା ଜୀବିକା ମିଶନ ଏବଂ ସମ୍ପୃକ୍ତ ସଂଗଠନର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button