ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି। ଯେଉଁଥିରେ ସେ ‘ଆତ୍ମନିର୍ଭରତା ଓ ବିକାଶର ପଥରେ ଭାରତର ଯାତ୍ରାରେ ଏନଇପି–୨୦୨୦ର ମହତ୍ତ୍ୱ’କୁ ମୂଳଭିତ୍ତି ବୋଲି ଉଲ୍ଲେଖ କରିଛନ୍ତି।

ଏକ୍ସରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ କହିଛନ୍ତି;

“କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ @dpradhanbjp ଆତ୍ମନିର୍ଭରତା ଓ ବିକାଶ ଦିଗରେ ଭାରତର ଯାତ୍ରାରେ ଏନଇପି-୨୦୨୦ର ମହତ୍ୱ ହିଁ ମୂଳ ବୋଲି ଦର୍ଶାଇ ଏହାର ଗୁରୁତ୍ୱକୁ ଉଲ୍ଲେଖ କରିଛନ୍ତି।

ସେ ବର୍ଣ୍ଣନା କରିଛନ୍ତି ଶିକ୍ଷକମାନେ ଆଜିକାଲି ତ୍ୱରିତ ସହକାରେ ଡିଜିଟାଲ କ୍ଲାସରୁମ, ଏଆଇ, ପରିବର୍ତ୍ତିତ ପାଠ୍ୟକ୍ରମ, ବିଭିନ୍ନ ପ୍ରକାର ଶୈକ୍ଷିକ ଆବଶ୍ୟକତାକୁ ଆଦରି ନେଉଛନ୍ତି। ଏହାକୁ ପିଏମ ଇବିଦ୍ୟା, ଦୀକ୍ଷା ଏବଂ ସ୍ୱୟମ ଭଳି ପ୍ଲାଟଫର୍ମ ସହାୟତା କରୁଛି।”

Related Articles

Leave a Reply

Your email address will not be published. Required fields are marked *

Back to top button