‘ଆଇଟି ନୀତି-୨୦୨୫’ ବି କ୍ୟାବିନେଟ୍ ମଞ୍ଜୁରୀ, ଓଡ଼ିଶାର ଡିଜିଟାଲ୍ ରୂପାନ୍ତରଣକୁ ଆଗେଇ ନେବ

ଭୁବନେଶ୍ୱର : ରାଜ୍ୟର ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା(ଆଇସିଟି)ର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ନିମନ୍ତେ ‘ଆଇଟି ନୀତି-୨୦୨୫’ ବି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ଡିଜିଟାଲ୍ ରୂପାନ୍ତରଣକୁ ଆଗେଇ ନେବା ସହିତ ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏହା ଏକ ବଡ଼ ପଦକ୍ଷେପ। ଏହି ଦୂରଦୃଷ୍ଟିସମ୍ପନ୍ନ ନୀତି ଓଡ଼ିଶାକୁ ବୈଷୟିକ ଏକ ଜ୍ଞାନ ଏବଂ ଉଦ୍ଭାବନ ପାଇଁ ଏକ ପ୍ରମୁଖ କେନ୍ଦ୍ର ଭାବରେ ସ୍ଥାପିତ କରିବାକୁ ଉଦ୍ଦିଷ୍ଟ ହେବ। କୃତ୍ରିମ ବୁଦ୍ଧିମତା, କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ ଓ ଡାଟା ଆନାଲିଟିକ୍ସ ଭଳି ଅତ୍ୟାଧୁନି ଜ୍ଞାନକୌଶଳକୁ ଆପଣାଇ ଏହି ନୀତି ଶାସନକୁ ମଜବୁତ୍ କରିବା, ସର୍ବସାଧାରଣ ସେବା ଯୋଗାଇବାରେ ଉନ୍ନତି ଆଣିବା ଏବଂ ଏକ ଡିଜିଟାଲ୍ ଅନ୍ତର୍ଭୁକ୍ତ ସମାଜକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖୁଛି। ଏହା ଉଦ୍ଭାବନ, ଉଦ୍ୟୋଗୀତା ଓ ସ୍ଥାୟୀ ବିକାଶକୁ ସମର୍ଥନ କରୁଥୁବା ଏକ ଦୃଢ଼ ଡିଜିଟାଲ୍ ପରିବେଶ ସୃଷ୍ଟି କରିବା ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବ।
ମୁଖ୍ୟ ଶାସନ କହିଛନ୍ତି ଯେ ଓଡ଼ିଶା ଆଇଟି ନୀତି ୨୦୨୫ ଧାର୍ଯ୍ୟ ସମୟ ମଧ୍ୟରେ ଆଇଟି, ଆଇଟିଇଏସ୍‌ଇଏସ୍ କ୍ଷେତ୍ରରେ କ୍ଷେତ୍ର ୧୦ ଲକ୍ଷ ଲୋକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପରିକଳ୍ପନା କରାଯାଇଛି। ଏହା ଆଇଟି ପାର୍କ, ଆଇଟି ଟାୱାର ଏବଂ ଏସ୍‌ଇଜେଡ୍ ପରି ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ କରିବ। ଏଥିସହିତ ଗବେଷଣା ଓ ବିକାଶ, ବିଭିନ୍ନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ସମୟ, ଏକାଡେମିଆ ଏବଂ ଷ୍ଟାର୍ଟଅପ୍ ସହିତ ସହଯୋଗ ମାଧ୍ୟମରେ ବୈଷୟିକ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେବ। ଏହି ନୀତି ସାଇବର ସୁରକ୍ଷା, ଡାଟା ଆନାଲିଟିକ୍ସ, ୫ଜି-ମୋବାଇଲ୍‌, ଆଇଓଟି,ଏଆର, କ୍ଲାଉଡ୍ କମ୍ପ୍ୟୁଟିଂ, ଡିପ୍ ଲର୍ଣ୍ଣିଂ, ବ୍ଲକ୍‌ଚେନ, ଏଆଇ ଓ ଏମ୍‌ଏଲ୍ ପରି ଉଦ୍ୟୟମାନ ନିଯୁକ୍ତିକୁ ପ୍ରୋତ୍ସାହିତ କରିବ ବୋଲି ଶ୍ରୀ ଆହୁଜା ପ୍ରକାଶ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button