ଆଇପିଏସ ସ୍ତରରେ ଅଦଳବଦଳ

ଭୁବନେଶ୍ଵର: ରାଜ୍ୟ ସରକାର ଗୁରୁବାର ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି। ୧୮ ବରିଷ୍ଠ ଆଇପିଏ ଙ୍କୁ ବଦଳି ଏବଂ ଅବସ୍ଥାପିତ କରିଛନ୍ତି। ଏଥିରୁ ୮ ଏପସିଙ୍କୁ ବଦଳି କରାଯାଇଛି। ଏ ନେଇ ଗୁରୁବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ସନ୍ତୋଷ ବାଲାଙ୍କୁ ଏସଏଫଏସଏଲଙ୍କୁ ନିର୍ଦ୍ଦେଶକ ଦାୟିତ୍ଵ ଦିଆଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଏସ୍ ପ୍ରବୀଣ କୁମାରଙ୍କୁ ଆଇଜି ପୋଲିସ ପ୍ରୋଭିଜନିଙ୍ଗ ପଦରେ ନିଯୁକ୍ତ ଦିଆଯାଇଛି। ସାରତୀ କେସରେ ଚର୍ଚ୍ଚିତ ପୂର୍ବତନ କେନ୍ଦ୍ରାପଡ଼ା ଏସପି ସତୀଶ କୁମାର ଗଜଭିଏଙ୍କୁ ସ୍ପେଶାଲ ଆର୍ମଡ୍ ପୋଲିସ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ସଞ୍ଜୟ କୁମାର କୌଶଲଙ୍କୁ ଇଓଡବ୍ଲ୍ୟୁ ଆଇଜି ଏବଂ ବିନାଶ କୁମାରଙ୍କୁ ଷ୍ଟେଟ୍ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ପଦରେ ନିଯୁକ୍ତ କରାଯାଇଛି। ସେହିପରି ସତ୍ୟଜିତ ନାୟକଙ୍କୁ ପୋଲିସ ସେଣ୍ଟ୍ରାଲ ରେଞ୍ଜ ଡିଆଇଜି, ପୁରୀ ଏସପି ଥିବା ପିନାକ ମିଶ୍ରଙ୍କୁ ପୋଲିସ ଇଷ୍ଟର୍ଣ୍ଣ ରେଞ୍ଜ ଡିଆଇଜି ଏବଂ ସ୍ମିଥ ପରମାରଙ୍କୁ କ୍ରାଇମବ୍ରାଞ୍ଚ ଏସପି ଭାବେ ଅବସ୍ଥାପିତ କରାଯାଇଛି। ରାଜ ପ୍ରସାଦଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ନିଯୁକ୍ତ କରାଯାଇଛି। ସେହିପରି ୮ ଜିଲ୍ଲାରେ ଏସପି ବଦଳିଛନ୍ତି। କଟକ ଗ୍ରାମାଞ୍ଚଳ ଏସପି ଥିବା ପ୍ରତୀକ ସିଂଙ୍କୁ ପୁରୀ ଏସପି ଭାବେ ବଦଳି କରାଯାଇଛି। ପ୍ରତ୍ୟୁଷ ଦିବାକର ବାଲେଶ୍ବର ଏସପି, ବିନୀତ ଅଗ୍ରଓ୍ଵାଲଙ୍କୁ କଟକ ଗ୍ରାମାଞ୍ଚଳ ଏସପି, ଜି ରେଡ୍ଡୀ ରାଘବେନ୍ଦ୍ର ଝାରସୁଗୁଡ଼ା ଏସପି, ଅଙ୍କିତ କୁମାର ବର୍ମା ଜଗତସିଂହପୁର ଏସପି, ଅମିତ୍ରପାଲ ସିଂ ନୂଆପାଡ଼ ଏସପି, ଅମିତ୍ରପାଲ କୌରଙ୍କୁ ସୁନ୍ଦରଗଡ଼ ଏସପି ଏବଂ ଭବାନୀ ଶଙ୍କର ଉଦଗାତାଙ୍କୁ କଟକ ଏସପି ଭାବେ ନିଯୁକ୍ତ କରାଯାଇଛି।