ସେପ୍ଟେମ୍ବର୧୮ରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ୨୫ ତାରିଖ ଯାଏଁ ଚାଲିବ ମୌସୁମୀ ଅଧିବେଶନ । ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶଚଳିତ ଅଧିବେଶନ ସ୍ୱଳ୍ପ ସମୟ ପାଇଁ ଚାଲିବ । ଏଥିରେ ମାତ୍ର ୭ଟି କାର୍ଯ୍ୟଦିବସ ରହିଥିବାବେଳେ ଗୋଟିଏ ଦିନ ରବିବାର ଯୋଗୁଁ ଛୁଟି ରହିବ । ମୌସୁମୀ ଅଧିବେଶନ ବେଶ ସରଗରମ ରହିବା ଅନୁମାନ କରାଯାଉଛି । ଏଥିରେ ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଲ ଆଗତ କରିପାରନ୍ତି । ତେବେ ବିରୋଧୀ ମଧ୍ୟ ଅନେକ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରି ପାରନ୍ତି । ମହିଳା ସୁରକ୍ଷା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ପ୍ରସଙ୍ଗ କରିପାରେ ବିରୋଧୀ ।  ପୂର୍ବ ଅପେକ୍ଷା ଚଳିତ ମୌସୁମୀ ଅଧିବେଶନ ବିଳମ୍ବରେ ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ପ୍ରାୟତଃ ଅଗଷ୍ଟରେ ମୌସୁମୀ ଅଧିବେଶନ ବସେ । ଅଧିବେଶନ ବିଳମ୍ବ ନେଇ ବିରୋଧୀ ସରକାରୀ ଦଳ ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button