ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଗୁରୁତ୍ବାରୋପ କଲେ ରାଜ୍ୟ ମୁଖ୍ୟଶାସନ ସଚିବ

ଭୁବନେଶ୍ଵର: ସରକାରୀ ସ୍ତରରେ ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଭିଜିଲାନ୍ସ ପ୍ରଶାସନର ସୁଦୃଢ଼ିକରଣ ଉପରେ ରାଜ୍ୟ ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଗୁରୁତ୍ବାରୋପ କରିଛନ୍ତି। ଭୁବନେଶ୍ବର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଆୟୋଜିତ ସଚିବସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଆହୁଜା କାର୍ଯ୍ୟାଳୟରେ ଠିକ୍ ସମୟରେ ଉପସ୍ଥାନ ନ ଦେଉଥିବା ଏବଂ ଠିକ ଭାବରେ କାର୍ଯ୍ୟ ସଂପାଦନ କରୁନଥିବା ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅବସର ପୂର୍ବରୁ ଅବସର ଦେବା ପାଇଁ ପରାମର୍ଶ ଦେଇଛନ୍ତି। ସରକାରୀ କାର୍ଯ୍ୟରେ ସ୍ବଚ୍ଛତା, ଉତ୍ତରଦାୟିତ୍ବ ନରହିବା ଅଭିଯୋଗ ଶୁଣାଣୀରେ ପ୍ରଭାବହୀନ ପ୍ରଦର୍ଶନ, ଦୁର୍ନୀତିକୁ ଚିହ୍ନଟ କରିବାରେ କୋହଳ ମନୋଭାବ, ଅସାଧୁତା, ନିୟମିତ ତଦାରଖ ବ୍ୟବସ୍ଥା କାର୍ଯ୍ୟକାରୀ କରାନଯିବା ଭଳି ଦୁର୍ନୀତିର ବିଭିନ୍ନ ଦିଗ ସଂପର୍କରେ ବୈଠକରେ ଆଲୋକପାତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନରମାନେ ଯୋଗଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button