କଟକ ଓଏମପି ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ନିର୍ମାଣ ହେବ ଏଲିଭେଟେଡ କରିଡର:ସାଂସଦ ଭର୍ତ୍ତୃହରି ମହତାବ

ଭୁବନେଶ୍ବର: କଟକ ଓଏମପି ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ଏଲିଭେଟେଡ କରିଡର ନିର୍ମାଣ କରାଯିବ ବୋଲି ସାଂସଦ ଭର୍ତ୍ତୃହରି ମହତାବ ସୂଚନା ଦେଇଛନ୍ତି। ଭିଡ଼ କମାଇବା ପାଇଁ ନିର୍ମାଣ ହେବାକୁ ଥିବା ଏହି ବିକଳ୍ପ ରାସ୍ତା ଲାଗି ୬୪୦ କୋଟି ଟଙ୍କା ବ୍ୟୟ କରାଯିବ। ଓଏମ୍ପି ଛକ, ଚାଉଳିଆଗଞ୍ଜ ଏବଂ ନୂଆ ବଜାରରେ ଗାଡ଼ି ମୋଟର ସଂଖ୍ୟା ବୃଦ୍ଧି ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହାକୁ ଦୂର କରିବା ପାଇଁ ଏଲିଭେଟେଡ କରିଡର ନିର୍ମାଣ ଲାଗି ପ୍ରସ୍ତାବ ରହିଛି। ଏହି ପ୍ରସ୍ତାବକୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗ୍ରହଣ କରି ଆସନ୍ତା ୩ ମାସ ମଧ୍ୟରେ ଏଲିଭେଟେଡ କରିଡର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କହିଛନ୍ତି। ସେହିପରି ଚାରିବାଟିଆରେ ଥିବା ବିମାନବନ୍ଦରର ପୁନରୁଦ୍ଧାର ଏବଂ ସେଠାରେ ପ୍ରତିରକ୍ଷା ବିଭାଗର ଏକ କାରଖାନା ନିର୍ମାଣ ଲାଗି ପ୍ରସ୍ତାବ ଦିଆଯାଇଥିବା କଟକ ସାଂସଦ ଶ୍ରୀ ମହତାବ କହିଛନ୍ତି। ଭୁବନେଶ୍ବର ବିମାନବନ୍ଦରରେ ବିମାନ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚାରିବାଟିଆକୁ ଏକ କାର୍ଗୋ ବିମାନବନ୍ଦରରେ ପରିଣତ କରିବା ଲାଗି ପ୍ରସ୍ତାବ ରହିଥିବା ସେ ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button