ତାରା ବାହିନୀପତି ଅସୁସ୍ଥ

ଭୁବନେଶ୍ୱର: କରୋନାର କରାଳ କାୟାରୁ କେହି ବାଦ ପଡ଼ିନାହନ୍ତି । ଧନୀ କି ଗରିବ, ନେତା କି ଅଭିନେତା କାହାକୁ ଛାଡ଼ିନାହିଁ କରୋନା । ଏହାରି ଭିତରେ  ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି ।  ତାଙ୍କୁ ଭୁବନେଶ୍ୱରସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ତାଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି କହିଛନ୍ତି ।  ଏହା ପୂର୍ବରୁ ଓଡ଼ିଶାର ବହୁ ରାଜନେତା ତଥା ଜନପ୍ରତିନିଧି କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି ।  ପ୍ରକାଶ ଯେ, ରାଜ୍ୟରେ କରୋନା ଆକ୍ରାନ୍ତ ଗତ କିଛି ଦିନ ହେଲା ପୂର୍ବାପେକ୍ଷା କମି କମି ଯାଉଛି । ଏହାରି ଭିତରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ପଜିଟିଭ ଆକ୍ରାନ୍ତ ୩୯୨୧ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୦୮୧ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୩ ହଜାର ୯୬ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

Related Articles

Leave a Reply

Your email address will not be published.

Back to top button