ଶେଷରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ, ଆଜିଠାରୁ ଧରିବେ ଷ୍ଟିୟରିଂ

ଭୁବନେଶ୍ବର: ଶେଷରେ ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ। ଆଜିଠାରୁ ସମସ୍ତ ଡ୍ରାଇଭର ଷ୍ଟିୟରିଂ ଧରିବେ। ଏ ନେଇ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରାଯାଇଛି। କୁହାଯାଇଛି ଯେ, ସରକାରଙ୍କ ସହିତ ସାତ ଦଫା ଦାବୀ ସଂପର୍କରେ ଆଲୋଚନା ଫଳପ୍ରଦ ହୋଇଛି। ସେଥିପାଇଁ ଏହି ଆନ୍ଦୋଳନକୁ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରାଯାଇଛି। ଗତ 8 ତାରିଖରୁ ଓଡିଶା ଡ୍ରାଇଭର ସଂଘ ସାତ ଦଫା ଦାବୀ ନେଇ ଧାରଣା ଦେଇଥିଲା। ହେଲେ ରାହୁଳ ଗାନ୍ଧୀଙ୍କ ଗସ୍ତ ସମୟରେ ଗାଡି ଛାଡିବା ଘଟଣା ତାଙ୍କୁ ବିବାଦୀୟ କରିଦେଇଥିଲା। ଏହାପରେ ଘରୋଇ ବସ ଡ୍ରାଇଭର ସଂଘ ଏହି ଆନ୍ଦୋଳନରୁ ଓହରିଯାଇ ବସ ଚଳାଚଳ କରାଯାଇଥିଲା। ଏ ସବୁ ବିବାଦ ଭିତରେ ଏବେ ସଂଘ ଆନ୍ଦୋଳନରୁ ଓହରିବାକୁ ବାଧ୍ୟ ହୋଇଛି।