ସୁସ୍ଥ ହେଲେ ନବୀନ ପଟ୍ଟନାୟକ, ଫେରିବେ ଓଡିଶା

ଭୁବନେଶ୍ବର: ଓଡିଶା ଫେରିବେ ବିରୋଧୀ ଦଳର ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏ ନେଇ ବିଜେଡି ଶିବିରରେ ବେଶ ଚଳଚଞ୍ଚଳ ହୋଇପଡିଛି। କାରଣ ରାଜ୍ୟରେ ଦଳର ମୁଖ୍ୟ ନ ଥିବାରୁ ନେତାମାନେ ଅଡୁଆ ଅନୁଭବ କରୁଥିଲେ। ହେଲେ ନବୀନ ଆସିବା ପରେ ସେମାନେ ଶାସକ ଦଳକୁ ଉପଯୁକ୍ତ ମୁକାବିଲା କରିପାରିବେ ବୋଲି ଆଶା ରଖିଛନ୍ତି। ତେବେ ବିଜେଡି ସୁତ୍ର ଅନୁସାରେ ଆସନ୍ତା ୧୨ ତାରିଖରେ ମୁମ୍ଵାଇରୁ ଫେରିବେ ନବୀନ ପଟ୍ଟନାୟକ । ଦିନ ୧୨ଟାରେ ଭୁବନେଶ୍ଵର ଏୟାରପୋର୍ଟରେ ଆସି ପହଞ୍ଚିବେ । ଚିକିତ୍ସା ହେବା ପାଇଁ ସେ ଗତ ଜୁନ ୨୦ ତାରିଖରେ ମୁମ୍ଵାଇ ଯାଇଥିଲେ। ଗତ ୨୨ ତାରିଖରେ କୋକିଳାବେନ-ଧୀରୁ ଭାଇ ଅମ୍ଵାନୀ ହସ୍ପିଟାଲକୁ ସର୍ଭାଇକାଲ ଆର୍ଥ୍ରାଇଟିସ୍ ଅପରେସନ କରାଯାଇଥିଲେ । ନବୀନ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଗତ ୭ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ।