ଆକାଶମାର୍ଗରୁ ବନ୍ୟାଞ୍ଚଳ ଦେଖିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ବର: ଆଜି ବାଲେଶ୍ୱର ଜିଲ୍ଲା ଗସ୍ତରେ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସେ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ୱର, ବାଲେଶ୍ୱର ସଦର ଓ ରେମୁଣା ମୋଟ ୬ଟି ବ୍ଲକ୍‌ର ୧୫୪ ଗ୍ରାମ ଏବଂ ଜଳେଶ୍ୱର ପୌରପାଳିକାର ୮ଟି ୱାର୍ଡ ବନ୍ୟାଜଳରେ ପ୍ରଭାବିତ ଅଞ୍ଚଳ ଦେଖିଛନ୍ତି । ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଏବଂ ଖାଦ୍ୟ ଯୋଗାଣ ଆଦି ପଦକ୍ଷେପ ସହ ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀଙ୍କୁ ସେଠାରେ ନିୟୋଜିତ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଳେ ମଧ୍ୟ ପ୍ରଭାବିତ ଲୋକଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ସେ ବରିଷ୍ଠ ଅଧିକାରୀଙ୍କ ସହିତ ସହାୟତା ଉପରେ ମଧ୍ୟ ଆଲୋଚନା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button