ଉତ୍ତର ଓଡିଶାର ବନ୍ୟା ପରିସ୍ଥିତି ଯୋଗୁଁ ଓଡ୍ରାଫ୍‌ ଟିମ ନିୟୋଜିତ: ମୟୂରଭଞ୍ଜରେ ୬, ବାଲେଶ୍ବରରେ ୫ଟି ଦଳ

ଭୁବନେଶ୍ଵର: ଉତ୍ତର ଓଡିଶାର ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ଏବଂ ଜଳକା ଆଦି ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପରିପ୍ରେକ୍ଷୀରେ ଓଡ୍ରାଫ୍‌ ଟିମ ବନ୍ୟା ପ୍ରଭାବିତ ଉଭୟ ଜିଲ୍ଲାରେ ବ୍ୟାପକ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିରନ୍ତର ନିୟୋଜିତ ହୋଇଛନ୍ତି। ଉଭୟ ଜିଲ୍ଲାର ୧୮ଟି ବ୍ଲକରୁ ବର୍ତ୍ତମାନ ସୁଦ୍ଧା ୮ ହଜାର ୧୯୧ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଛି। ବାଲେଶ୍ବର ଜିଲ୍ଲାର ବାଲିଆପାଳ, ଭୋଗରାଇ, ବସ୍ତା, କମର୍ଦ୍ଦା ଏବଂ ସିଙ୍ଗଲା ଆଦି ଅଞ୍ଚଳର ୨ ହଜାରରୁ ଅଧିକ ଲୋକଙ୍କୁ ଜଳ ଘେରରୁ ଉଦ୍ଧାର କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ୬ଟି ଓଡ୍ରାଫ ଦଳ, ବାଲେଶ୍ବର ଜିଲ୍ଲାରେ ୫ଟି ଓଡ୍ରାଫ ଦଳକୁ ମୁତୟନ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button