ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ୩-୪ ମାସ ମଧ୍ୟରେ ଆଉ ୫ ଲକ୍ଷ ଚିଟଫଣ୍ଡ କ୍ଷୁଦ୍ର ଜମାକାରୀଙ୍କୁ ମିଳିବ କ୍ଷତିପୂରଣ ରାଶି

ଭୁବନେଶ୍ଵର: ରାଜ୍ୟରେ ନୂତନ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଚିଟଫଣ୍ଡ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ଗତ ବର୍ଷକ ମଧ୍ୟରେ ୧ ଲକ୍ଷ ୨୬ ହଜାର ୧୩୭ ଜଣ ଜମାକାରୀଙ୍କୁ ୪୭ କୋଟି ୭ ଲକ୍ଷ ଟଙ୍କା ଫେରସ୍ତ କରାଯାଇପାରିଛି। ଆସନ୍ତା ୩-୪ ମାସ ମଧ୍ୟରେ ଆଉ ୫ ଲକ୍ଷ ଜମାକାରୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ସରଳୀକୃତ ଏବଂ ଜିଲ୍ଲାସ୍ତରକୁ ବିକେନ୍ଦ୍ରୀକରଣ କରାଯାଇପାରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button