ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି କଲା ଓଏଏସ ସଂଘ

ଭୁବନେଶ୍ୱର : ବିଏମସି ଅଫିସରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ ପାଇଁ ଓଏଏସ ସଂଘର ଦୃଢ଼ ଦାବି ।  ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଓଏଏସ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ଓଡ଼ିଶା ପ୍ରଶାସନିକ ସେବା ସଂଘ ସରକାରଙ୍କ ନିକଟରେ ତିନିଟି ପ୍ରମୁଖ ଦାବି ରଖିଛି । ମାଷ୍ଟରମାଇଣ୍ଡ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ତୁରନ୍ତ ଗିରଫ କରାଯାଉ ।  ଏଥିସହ କ୍ଷେତ୍ରସ୍ତରୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ତହସିଲଦାର, ଉପଜିଲ୍ଲାପାଳ, ବିଡିଓ ଓ ଇଓଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉ  ।  ଅତିରିକ୍ତ କମିଶନରଙ୍କୁ ନିସ୍ତୁକ ମାଡ଼ ମରା ଘଟଣାକୁ ସରକାର ସାର୍ବଜନୀନ ଭାବେ ନିନ୍ଦା କରନ୍ତୁ ।  ସରକାରୀ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ସରକାର ନିଜର ପ୍ରତିବଦ୍ଧତା ସୁନଶ୍ଚିତ କରନ୍ତୁ ବୋଲି ଦାବି କରିଛି ଓଏଏସ ସଂଘ  ।

Related Articles

Leave a Reply

Your email address will not be published. Required fields are marked *

Back to top button