ସମସ୍ତ ପରିବାର ଏଡସ ରୋଗରେ ଆକ୍ରାନ୍ତ, ଉପଯୁକ୍ତ ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

କେନ୍ଦ୍ରାପଡା : ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବାସୁଦେବ | ନିଜେ ଓ ତାଙ୍କ ପରିବାର ଏଡସ ରୋଗରେ ଆକ୍ରାନ୍ତ ହୋଇ ଉପଯୁକ୍ତ ଚିକିତ୍ସାରୁ ବଂଚିତ ହେଉଛନ୍ତି | ସମସ୍ତଙ୍କୁ ଉପଯୁକ୍ତ ଚିକିତ୍ସା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ବାସୁଦେବ | ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଓଳାଭର ଅଂଚଳର |

ରାଜକନିକା ବ୍ଲକ ପଶ୍ଚିମ କନିକା ଅନ୍ତର୍ଗତ ଓଳାଭର ଅଂଚଳର ପିତା ଦଶରଥ ମଲ୍ଲିକଙ୍କର ପୁଅ ବାସୁଦେବ ମଲ୍ଲିକ ଦୀର୍ଘ ୯ମାସ ରୁ ଉର୍ଧ୍ଵ ହେବ ଏଡସ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ | କିନ୍ତୁ ତାଙ୍କୁ ସେଠାରେ ଚିକିତ୍ସା ନକରି ଫେରାଇ ଦେଉଛନ୍ତି | ସେ ଗୁଜୁରାଟରେ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିଲେ | ସେଠାରେ ସେ ଜଣେ ମହିଳାଙ୍କ ପ୍ରେମରେ ପଡି ବିବାହ କରିଥିଲେ | ଉକ୍ତ ମହିଳା ଜଣକ ଏଡସ ରୋଗରେ ପୀଡିତ ଥିଲେ | ଏକଥା ବାସୁଦେବ ପ୍ରଥମେ ଜାଣି ନ ଥିଲେ ହେଲେ ଜାଣିଲା ବେଳକୁ ସ୍ତ୍ରୀ ଗର୍ଭବତୀ ହୋଇଯାଇଥିଲେ | ତାଙ୍କର ପିଲାଟିଏ ଜନ୍ମ ହେବା ପରେ ଏବେ ସମସ୍ତେ ସଂକ୍ରମଣରେ ପୀଡିତ ଥିବା ସେ କହିଛନ୍ତି |

ଆଜି ସେ କନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ସକାଳ ପ୍ରାୟ ୭ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବସିଛନ୍ତି | ସେ ଭୁବନେଶ୍ୱର ଓ କଟକ ବଡ ଡାକ୍ତରଖାନାକୁ ଯାଇଥିଲେ| ତାଙ୍କୁ ସେଠାରେ ଧକ୍କା ଦେଇ ତଡି ଦେଇ ଥିଲେ ଏପରିକି କେହି ତାଙ୍କ କଥା ଶୁଣି ନଥିଲେ | ବାଧ୍ୟ ହୋଇ ନିଜ ଅଂଚଳର କନିକା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ରେ ବସି ରହିଥିଲେ |ଏହି ଖବର ପାଇ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ତାଙ୍କୁ କାର୍ଯ୍ୟାଳୟ ପରିସରକୁ ଡାକି ବୁଝାଇଥିଲେ | ପ୍ରେମାନନ୍ଦ କହିଲେ ଯେ, ”ମୁଁ ତୁମ କଥା ଶୁଣିଲି ଆଉ ତୁମେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ପାଖରୁ ଅନୁମତି ଆଣି ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗ ଅଫିସରଙ୍କୁ ତତକ୍ଷଣାତ ଦେଖାକରିବାକୁ ଯାଅ | ସେ ତୁମକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରି ଦେବେ ଓ ମାଗଣାରେ ଖାଇବା ବ୍ୟବସ୍ଥା ସହିତ ଚିକିତ୍ସା ପାଇଁ ବନ୍ଦୋବସ୍ତ କରି ଦେବେ |” ବାସୁଦେବ ତହସିଲଦାରଙ୍କ କଥା ଶୁଣିବା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରୁ ଅନଶନରୁ ଓହରିଲେ | ବାସୁଦେବ ଜିଲ୍ଲାପାଲଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କ ଚିକିତ୍ସା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୋଡହସ୍ତରେ ନିବେଦନ କରିଛନ୍ତି |

Related Articles

Leave a Reply

Your email address will not be published.

Back to top button