ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରଦ୍ଦ

ନୂଆଦିଲ୍ଲୀ: ସାମ୍ବାଦିକ ବିନୋଦ ଦୁଆଙ୍କୁ ଆଶ୍ୱସ୍ତି। ତାଙ୍କ ବିରୋଧରେ ରୁଜୁ ହୋଇଥିବା ଦେଶଦ୍ରୋହ ମାମଲାକୁ ରଦ୍ଦ କଲେ ସୁପ୍ରିମକୋର୍ଟ। ହିମାଚଳ ପ୍ରଦେଶରେ ସାମ୍ବାଦିକ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାୟର ହୋଇଥିଲା। ଜଣେ ବିଜେପି ନେତାଙ୍କ ଏଫଆଇଆର ଆଧାରରେ ବିନୋଦ ଦୁଆଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ବିନୋଦ ଦୁଆ ତାଙ୍କର ଏକ ୟୁଟ୍ୟୁବ୍ କାର୍ଯ୍ୟକ୍ରମରେ ହିଂସାକୁ ଉସକାଇବା ଭଳି କଥା କହିଥିଲେ ଅଭିଯୋଗ କରି ବିଜେପି ନେତା ଏଫଆଇଆର ଦାଖଲ କରିଥିଲେ। ପରେ ହିମାଚଳ ପ୍ରଦେଶ ସରକାର ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲେ। ଯାହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିନୋଦ ଦୁଆ।

ଏହି ଘଟଣାରେ ହିମାଚଳ ପ୍ରଦେଶ ପୁଲିସକୁ କୌଣସି ସପ୍ଲିମେଣ୍ଟାରୀ ପ୍ରଶ୍ନର ଉତ୍ତର ଦେବାକୁ ଦୁଆଙ୍କର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି। ୧୯୬୨ରେ ବିହାର ସରକାର ଏବଂ କେଦାର ନାଥ ଜଜମେଣ୍ଟ ଅନୁଯାୟୀ ସମସ୍ତ ସାମ୍ୱାଦିକ ସୁରକ୍ଷା ପାଇବାକୁ ହକଦାର ବୋଲି ଶୁଣାଣି ବେଳେ କୋର୍ଟ କହିଛନ୍ତି। ମେ ୬ ରେ ବିଜେପି ନେତା ଶ୍ୟାମ ଦୁଆଙ୍କର ଏକ ୟୁଟ୍ୟୁବ କାର୍ଯ୍ୟକ୍ରମ ସଂପର୍କରେ ଶିମଲାର କୁମାରସେନ ଥାନାରେ ଦୁଆଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ। ଆବେଦନକାରୀ ଦାଖଲ କରି କହିଥିଲେ ଯେ ବିନୋଦ ଦୁଆ ତାଙ୍କ ୟୁଟ୍ୟୁବ୍ କାର୍ଯ୍ୟକ୍ରମ ‘ବିନୋଦ ଦୁଆ ସୋ’ରେ ବିବାଦୀୟ ଶବ୍ଦ କହିଥଲେ ଯାହା ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିପାରେ ବୋଲି କୁହାଯାଇଥିଲା।

Related Articles

Leave a Reply

Your email address will not be published.

Back to top button