ନବୀନ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର:  ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।  ଟିକା ସଙ୍କଟ ଦୂର କରିବା ପାଇଁ ନବୀନ ସମସ୍ତଙ୍କୁ ଚିଠି ଲେଖିବା ସହ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି ।  ଟିକା ପାଇଁ ପରସ୍ପର ଭିତରେ ନଲଢି, ଏକାଠି ଲଢିବାକୁ ନବୀନ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ  ଆହ୍ୱାନ ଦେଇଛନ୍ତି । ନବୀନ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଆମ ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା ।  ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ ।  କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି । କିନ୍ତୁ ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ଟିକା କମ୍ପାନୀମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁନାହାନ୍ତି ।  ଏଭଳି ପରିସ୍ଥିତିରେ ଏକମାତ୍ର ବିକଳ୍ପ ହେଉଛି କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟୁ  । ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ  । ଏନେଇ ମୁଁ କେନ୍ଦ୍ରକୁ ଲେଖିଛି । ଅନ୍ୟ ରାଜ୍ୟମାନେ ବି ଆଗେଇ ଆସନ୍ତୁ ।  ଏ ସମ୍ପର୍କରେ ଏକ ସହମତି ସୃଷ୍ଟି ହେଉ । ଲୋକମାନଙ୍କୁ ଟିକା ମିଳୁ ।  ତୃତୀୟ ଲହର ଆସିବା ପୂର୍ବରୁ ଆମେ ସମସ୍ତେ ତତ୍ପର ହେବା ଉଚିତ ।  ସ୍ୱାଧୀନତା ସଂଗ୍ରାମ ପରେ ବୋଧହୁଏ ଏହା ସବୁଠୁ ବଡ଼ ଚାଲେଞ୍ଜ । ତେଣୁ ସବୁ ବିବାଦ ଛାଡ଼ି ଲୋକଙ୍କ ଜୀବନ ବଞ୍ଚାଇବାକୁ ଏଠିକା ହେବକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର  ସବୁ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button