ବଡ଼ଦାଣ୍ଡରେ ନାବାଳିକା ପର୍ଯ୍ୟଟକଙ୍କୁ ଅସଦାଚରଣ

ଭୁବନେଶ୍ବର : ପୁରୀ ବଡ଼ଦାଣ୍ଡରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତକାଣ୍ଡ। ନାବାଳିକା ପର୍ଯ୍ୟଟକଙ୍କୁ ଅସଦାଚରଣ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନାବାଳିକାଙ୍କ ପରିବାର ଓ ସ୍ଥାନୀୟ ଲୋକ ଯୁବକଙ୍କୁ ଧରି ନିର୍ଦ୍ଧୁମ ମାଡ଼ ମାରିଥିଲେ। ସିଂହଦ୍ବାର ଥାନା ପୋଲିସ ପହଞ୍ଚି ଯୁକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ମହାପ୍ରଭୁଙ୍କ ଦର୍ଶନ ସାରି ନାବାଳିକା ଜଣକ ପରିବାର ଲୋକଙ୍କ ସହ ଫେରିବା ସମୟରେ ଅସଦାଚରଣର ଶୀକାର ହୋଇଥିଲା।