ଦେଶରେ ବଢୁଛି କୋଭିଡ-୧୯ ମାମଲା, ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ପୁଣି ଦେଶରେ କରୋନା ମାମଲାରେ ବଢିବାରେ ଲାଗିଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, କରୋନା ସଂକ୍ରମିତ ମାମଲା ୧୦୦୯ରେ ପହଞ୍ଚିଛି । ଗତ ସପ୍ତାହରେ ଦେଶରେ ୭୫୦ଟି ନୂତନ ସଂକ୍ରମଣ ଚିହ୍ନଟ ହୋଇଛି, ଯେଉଁଥିରେ କେରଳରେ ୪୦୦ ଏବଂ ଦିଲ୍ଲୀରେ ୧୦୦ରୁ ଅଧିକ ମାମଲା ରିପୋର୍ଟ ହୋଇଛି । କେରଳ, ତାମିଲନାଡୁ, ଦିଲ୍ଲୀ, ତେଲଙ୍ଗାନା, ମହାରାଷ୍ଟ୍ରରେ ମାମଲା ବଢିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, କେରଳରେ ସଂକ୍ରମଣ ସଂଖ୍ୟା ସର୍ବାଧିକ ରହିଛି, ଯେଉଁଠାରେ ୪୦୦ ନୂତନ ମାମଲା ସହିତ ରାଜ୍ୟରେ ସକ୍ରିୟ ମାମଲାର ସଂଖ୍ୟା ୨୭୩କୁ ପହଞ୍ଚିଛି । ଦିଲ୍ଲୀରେ ୧୦୦ରୁ ଅଧିକ ମାମଲା ରିପୋର୍ଟ ହୋଇଥିବା ବେଳେ ସକ୍ରିୟ ମାମଲାର ସଂଖ୍ୟା ୨୩ ରହିଛି । ଏହା ବ୍ୟତୀତ ମହାରାଷ୍ଟ୍ର (୫୬), ତାମିଲନାଡୁ (୬୬) ଏବଂ କର୍ଣ୍ଣାଟକ (୩୬), ପଶ୍ଚିମବଙ୍ଗ (୧୨),ରାଜସ୍ଥାନ (୧୩), ପଡୁଚେରୀ(୯), ଆନ୍ଧ୍ରପ୍ରଦେଶ (୪), ମଧ୍ୟପ୍ରଦେଶ(୨) ସହିତ ଅନ୍ୟ ରାଜ୍ୟରେ ମଧ୍ୟ ନୂତନ ମାମଲା ବୃଦ୍ଧି ଦେଖାଦେଇଛି । ଦିଲ୍ଲୀ ସରକାର ଏହି ବୃଦ୍ଧିକୁ ଦୃଷ୍ଟିରେ ରଖି ହସ୍ପିଟାଲଗୁଡ଼ିକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କୁ ଜ୍ୱର ବା ଶ୍ୱାସକଷ୍ଟ ଭଳି ଲକ୍ଷଣ ଥିଲେ ମାସ୍କ ପିନ୍ଧିବାକୁ ଏବଂ ଜନଗହଳି ସ୍ଥାନକୁ ନଯିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ସୌରଭ ଭାରଦ୍ୱାଜ ।

Related Articles

Leave a Reply

Your email address will not be published. Required fields are marked *

Back to top button