ଆତଙ୍କବାଦୀଙ୍କ ଘରେ ପଶି ତାଙ୍କୁ ମାରିବାର କ୍ଷମତା ଭାରତର ଅଛି : ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ କଡ଼ା ବାର୍ତ୍ତା ଦେଇ କହିଛନ୍ତି ଯେ ପାକିସ୍ତାନରେ ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ ଆତଙ୍କବାଦୀମାନେ ଶାନ୍ତିରେ ନିଶ୍ୱାସ ନେଇପାରିବେ। ସେ କହିଛନ୍ତି, ଭାରତ ଆତଙ୍କବାଦୀମାନଙ୍କ ଘରେ ପଶି ତାଙ୍କୁ ନିପାତ କରିବାର କ୍ଷମତା ରଖିଛି। ଶ୍ରୀ ମୋଦୀ ପଞ୍ଜାବର ବାୟୁସେନା ଷ୍ଟେସନ ଆଦମପୁରରେ ବାୟୁସେନା ଯୋଦ୍ଧା ଏବଂ ସୈନିକଙ୍କ ସହ ଆଲୋଚନା କରିବା ସମୟରେ ଏହା କହିଛନ୍ତି। ଅପରେସନ ସିନ୍ଦୂରର ସଫଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ପାକିସ୍ତାନରେ ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଛି ଏବଂ ୧୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଛି। ସେ କହିଛନ୍ତି, ଏହି ଆତଙ୍କବାଦୀମାନେ ଯେଉଁ ପାକିସ୍ତାନୀ ସେନା ଉପରେ ନିର୍ଭର କରୁଥିଲେ, ସେମାନଙ୍କୁ ଭାରତୀୟ ସଶସ୍ତ୍ର ବାହିନୀ ପରାସ୍ତ କରିଛି। ସେ କହିଛନ୍ତି, ଆତଙ୍କବାଦର ମାଲିକମାନେ ଏବେ ଅନୁଭବ କରିଛନ୍ତି ଯେ ନିର୍ଦ୍ଦୋଷ ଲୋକଙ୍କ ରକ୍ତପାତର କେବଳ ଗୋଟିଏ ପରିଣାମ ହେବ, ବିନାଶ ଏବଂ ସମ୍ପୂର୍ଣ୍ଣ ବିନାଶ। ପ୍ରଧାନମନ୍ତ୍ରୀ ଅପରେସନ ସିନ୍ଦୂର ସମୟରେ ଦେଶକୁ ସୁରକ୍ଷା ଦେବାରେ ସଶସ୍ତ୍ର ବାହିନୀର ସାହସ, ବୀରତ୍ୱ ଏବଂ ବୃତ୍ତିଗତତାର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଅପରେସନ ସିନ୍ଦୂର ଦେଶର ମନୋବଳକୁ ବୃଦ୍ଧି କରିଛି, ଦେଶକୁ ଏକତାର ସୂତ୍ରରେ ବାନ୍ଧିଛି ଏବଂ ଭାରତର ସୀମାକୁ ସୁରକ୍ଷିତ ରଖିଛି। ସେ କହିଛନ୍ତି, ସଶସ୍ତ୍ର ବାହିନୀ ଦେଶର ଗର୍ବକୁ ଏକ ନୂତନ ଉଚ୍ଚତା ଦେଇଛି ଯାହା ଅଭୂତପୂର୍ବ, ଅକଳ୍ପନୀୟ ଏବଂ ଅସାଧାରଣ। ସେ କହିଛନ୍ତି, ଭାରତୀୟ ବାୟୁସେନା ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରିଥିଲା। ମାତ୍ର 20-25 ମିନିଟ୍ ମଧ୍ୟରେ ସୀମାପାର ଟାର୍ଗେଟ

Related Articles

Leave a Reply

Your email address will not be published. Required fields are marked *

Back to top button