କାଶ୍ମୀରରେ ଲାଗିଲା ପହଲଗାମ ଆକ୍ରମଣରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କ ପୋଷ୍ଟର:୨୦ ଲକ୍ଷ ପୁରସ୍କାର ଘୋଷଣା

ଶ୍ରୀନଗର: ଜମ୍ମୁ-କାଶ୍ମୀରର ସୁରକ୍ଷା ବାହିନୀ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କ ପୋଷ୍ଟର ଜାରି କରିଛନ୍ତି। ଏହି ଆତଙ୍କବାଦୀମାନଙ୍କ ଉପରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ରଖାଯାଇଛି। ପହଲଗାମରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି, କିନ୍ତୁ ଏହି ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିନାହିଁ। ପହଲଗାମର ପ୍ରତିଶୋଧ ନେବା ପାଇଁ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ସମୟ ମଧ୍ୟରେ ଆତଙ୍କବାଦୀଙ୍କ ୯ ଟି ଆଡ୍ଡାକୁ ଧ୍ୱଂସ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button