ରାଜ୍ୟରେ ପ୍ରଥମ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ମୃତ !

ସମ୍ବଲପୁର: କୋରୋନା ପରେ ଏବେ ଆତଙ୍କ ଖେଳାଇଛି ବ୍ଲାକ୍‌ ଫଙ୍ଗସ୍‌ ଭୟ। ପୂର୍ବରୁ ଖୁବ୍ କ୍ୱଚିତ୍ ଦେଖାଯାଉଥିବା ଏହି ଫଙ୍ଗାଲ୍ ଇନ୍‌ଫେକ୍‌ସନ୍ ଏବେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ଠାରେ ଦେଖିବାକୁ ମିଳିଛି। ଦେଶର ଏକାଧିକ ରାଜ୍ୟରେ ଶତାଧିକ ମାମଲା ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ୨୫ ଜଣ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର। ଇତିମଧ୍ୟରେ ବୁର୍ଲା ଭୀମସାରରେ ଜଣେ ସନ୍ଦିଗ୍ଧ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ ଘଟିଛି। ଆଉ ତିନିଜଣ ବ୍ଲାକ୍‌ ଫଙ୍ଗସ ସନ୍ଦିଗ୍ଧ ଭିମସାରରେ ଚିକିତ୍ସିତ ହେଉଥିବା ଭୀମସାର ଅଧିକ୍ଷକ ସୂଚନା ଦେଇଛନ୍ତି।

ମୃତ ରୋଗୀଙ୍କଠାରେ ବ୍ଲାକ୍‌ ଫଙ୍ଗସ୍ ରୋଗର ଲକ୍ଷଣ ଥିବା ସେ କହିଛନ୍ତି। ୫ରୁ ୬ ଦିନ ତଳେ ସେ ଡାକ୍ତରଖାନାରେ  ଭର୍ତ୍ତି ହୋଇଥିଲେ, ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କର ନମୁନା ପରୀକ୍ଷା ଭୁବନେଶ୍ୱରକୁ ପଠାଇଥିବା ବେଳେ ରିପୋର୍ଟ ଆସିବା ପରେ ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। ଏଥିସହ ଅନ୍ୟ ୩ ଜଣଙ୍କର ରିପୋର୍ଟ ମଧ୍ୟ ପଠାଯାଇଥିବା ସେ କହିଛନ୍ତି। ରାଜ୍ୟରେ ୨୫ ଜଣ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ରାଜ୍ୟରେ ହଜାର ହଜାର ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଅଛନ୍ତି। ମାତ୍ର ଆମ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌କୁ ନେଇ ସେପରି ସ୍ଥିତି ନାହିଁ। ୩ ବ୍ଲାକ୍‌ ଫଙ୍ଗସ ଆକ୍ରାନ୍ତ ପ୍ରାଣ ହରାଇଥିବା କୁହାଯାଉଥିଲା। ମାତ୍ର ସେମାନେ ଭିନ୍ନ କାରଣରୁ ପ୍ରାଣ ହରାଇଛନ୍ତି ବୋଲି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button