ଟଙ୍କା ଉଠାଣ ନିୟମ କୋହଳ କଲା ଏସବିଆଇ

ନୂଆଦିଲ୍ଲୀ : ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଏହାର ଗ୍ରାହକଙ୍କ ପାଇଁ ଟଙ୍କା ଉଠାଣ ନିୟମ କୋହଳ କରିଛି । ସଂଶୋଧିତ ନିୟମ ଅନୁସାରେ ଗ୍ରାହକମାନେ ଅଣ-ମୂଳ ଶାଖାରୁ ଗୋଟିଏ ଦିନରେ ସେମାନଙ୍କ ସଞ୍ଚୟ ଖାତାରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ  । ତେବେ ଚେକ ଜରିଆରେ ଟଙ୍କା ଉଠାଣ ସୀମା ୧ ଲକ୍ଷ ଟଙ୍କା ରହିଛି । କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଅଣାଯାଇଥିବା ଏହି ନିୟମ ଚଳିତବର୍ଷ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଜାରି ରହିବ । ତୃତୀୟ ପକ୍ଷ ଦ୍ୱାରା (କେବଳ ଚେକ ଜରିଆରେ) ଟଙ୍କା ଉଠାଣ ସୀମା ୫୦,୦୦୦ ଟଙ୍କା ରହିଛି ।

Related Articles

Leave a Reply

Your email address will not be published.

Back to top button