ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହେଲା ‘ସହଯୋଗ’

ଭୁବନେଶ୍ୱର: ସହରାଞ୍ଚଳ ଗରିବଙ୍କ ପାଇଁ ଆରମ୍ଭ ହୋଇଛି ସ୍ବତନ୍ତ୍ର ପ୍ରୟାସ ‘ସହଯୋଗ’। ଏନେଇ ସୂଚନା ଦେଇଛନ୍ତି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ହାତ ପାହାନ୍ତାରେ ବିଭିନ୍ନ ଯୋଜନାର ଫାଇଦା ପହଞ୍ଚାଇବ ‘ସହଯୋଗ’। ପ୍ରାରମ୍ଭିକ ଭାବେ ୮ଟି ବିଭାଗର ୧୩ଟି ଯୋଜନା ସାମିଲ କରାଯାଇଛି। ଆବାସ, ରାଶନ କାର୍ଡ, ଆୟୁଷ୍ମାନ ଭଳି ୧୩ ଯୋଜନା ସାମିଲ ହୋଇଛି। ଆଜିଠୁ ୨ ମାସ ଡୋର୍‌ ଟୁ ଡୋର୍‌ ବୁଲି ସର୍ଭେ କରିବେ ଫ୍ରଣ୍ଟଲାଇନ ଓ୍ବାର୍କର। ତେବେ ପ୍ରଥମ ପର୍ଯ୍ୟାୟରେ ୮ ଜିଲାର ୪୪ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବ। ଖୋର୍ଦ୍ଧା, କଟକ, ଭଦ୍ରକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜରେ ଏହି ଯୋଜନା କାର୍ଯ୍ୟକାରୀ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button